ବିଶ୍ୱଶାନ୍ତି ଯଜ୍ଞ ଉପଲକ୍ଷେ ଭଜନ ସମାରୋହ
ଭୁବନେଶ୍ୱର,୨୬/୦୪/୨୦୨୬(ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ମା’ ସନ୍ତୋଷୀଦେବୀଙ୍କ ୧୯ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶ୍ୱଶାନ୍ତି ମହାଯଜ୍ଞ ତିନିଦିନ ଧରି ସ୍ଥାନୀୟ ବରମୁଣ୍ଡା ଗ୍ରାମଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପିପିଲିରୁ ଏକ ଘଂଟୁଆ, ପଞ୍ଜାବୀ ଢୋଲ ବାଜା ଓ ବାଣ ଫୁଟାଯାଇ ୨୧ଜଣ ଭକ୍ତ ଏକ କଳସ ଶୋଭାଯାତ୍ରାରେ ମା’ ସନ୍ତୋଷୀ ଦେବୀଙ୍କ ପୀଠ ଠାରୁ ଶୁଭାରମ୍ଭ କରାଯାଇଥିଲା । ଏହି କଳସ ଯାତ୍ରା ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇ ବରମୁଣ୍ଡା ଗ୍ରାମ ପରିକ୍ରମା କରିଥିଲା । ୨୩ ତାରିଖରେ ମା’ ସନ୍ତୋଷୀ ଦେବୀଙ୍କ ଅଙ୍କୁରୋପଣ କର୍ଯ୍ୟକ୍ରମ ହୋଇଥିବା ବେଳେ ୨୪ ତାରିଖରେ ଜଳଯାତ୍ରା, ମଣ୍ଡଳାଧିବାଶ, ଘଟ ସ୍ଥାପନ, ୨୫ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ସର୍ବାଦେବାଦେବୀ ପୂଜା, ଦେବୀଙ୍କର ଷୋଡ଼ଶ ଉପ•ର, ଅଗ୍ନିସ୍ଥାପନ, ଚଣ୍ଡୀପାଠ, ଆହୂତି, ହୋମ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ପ୍ରାୟ ହଜାରରୁ ଉଦ୍ଧ୍ୱର୍ ଭକ୍ତ ଯୋଗ ଦେଇଥିଲେ ।

ଏହି ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବରେ ୩୮ ନମ୍ବର ନୂଆପଲ୍ଲୀ ୱାର୍ଡ଼ର କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା, ୫୦ ନମ୍ବର ବରମୁଣ୍ଡା ୱାର୍ଡ଼ର କର୍ପୋରେଟର ରାମଚନ୍ଦ୍ର ସିଂ, ଓଡ଼ିଶା ବିଧାନସଭାର ପୂର୍ବତନ ସଚିବ ଦାଶରଥି ଶତପଥି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ଉପ-ସଚିବ ସୁରେନ୍ଦ୍ର କୁମାର ଶତପଥି, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନା, ଦେବକାନ୍ତ ମହାପାତ୍ର, ବିଜୟ କୁମାର ପଣ୍ଡା ଓ ସୁମନ୍ତ ପଣ୍ଡା, ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମର ସମ୍ପାଦକ ପ୍ରଭାସ ରଞ୍ଜନ ଦାସ, ସମାଜସେବୀ ସମରେନ୍ଦ୍ର ଜେନା ଓ ନେହେରୁ ସେନାପତି, ବରମୁଣ୍ଡା ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀ ନାରାୟଣ ପ୍ରଧାନ, ସୁରେନ୍ଦ୍ର ବିଶ୍ୱାଳ, ତପନ ସାହୁ, ରବୀନ୍ଦ୍ର ପ୍ରଧାନ ଓ ସରୋଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ମା’ ସନ୍ତୋଷୀ ଦେବୀଙ୍କ ମନ୍ଦିରର ପୂଜକ ଆଦିତ୍ୟ କୁମାର ସ୍ୱାଇଁ ଓ ସତ୍ୟଭାମା ସ୍ୱାଇଁଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଥିଲା । ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ଶରତ ଚନ୍ଦ୍ର ବାରିକ ଓ ତାଙ୍କ ଦଳଙ୍କ ନିର୍ଦ୍ଧେଶନାରେ ଭଜନ ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ ସୁଭଦ୍ରା ଶୁଭଦର୍ଶିନୀ ଓ ସୁବର୍ଣ୍ଣ କୁମାରଙ୍କ ଭଜନ ଅତ୍ୟନ୍ତ ମନମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇଥିଲା । ଏହି ଭଜନ କାର୍ଯ୍ୟକ୍ରମରେ କି ପ୍ୟାଡ଼ରେ ସରୋଜ ମହାନ୍ତି, ତବଲାରେ ବିଜୟ ମହାପାତ୍ର, ଢୋଲକରେ ରତ୍ନାକର ନାଥ ଓ ନିରଞ୍ଜନ ସାହୁ ପ୍ରମୁଖ ସହାୟତା କରିଥିଲେ । ବିଶ୍ୱ ରଞ୍ଜନ ସାହୁ, ସୁଧାଂଶୁ ଶେଖର ମହାନ୍ତି, ଦୀପକ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞରେ ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଭକ୍ତମାନେ ଯୋଗ ଦେଇଥିଲେ ।
