ସ୍ମାର୍ଟ୍ ଗ୍ରାମ କଲରାଵାଙ୍କ ଠାରେ ରାଜ୍ୟସ୍ତରୀୟ ଓଡିଆ ନବବର୍ଷ ଏଵଂ ବିଷୁବ ସାରସ୍ଵତ ସମାରୋହ

କଟକ ସଦର,୧୪/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତର ପ୍ରଥମ ସ୍ମାର୍ଟ ଗ୍ରାମ କଟକ ସଦର ଅନ୍ତର୍ଗତ କଲରାଵାଙ୍କ ଠାରେ ଆଜି ସୋମବାର ଦିନ କାଦମ୍ବିନୀ ଓ ଆଗାମୀ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଓଡିଆ ନବବର୍ଷ ଏଵଂ ବିଷୁବ ସାରସ୍ଵତ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କାଦମ୍ବିନୀ ର ସଂପାଦିକା ଡ଼ଃ ଇତି ସାମନ୍ତ ଙ୍କ ପୈ।ରୋହିତ୍ୟ ଓ ଆଗାମୀ ଓଡ଼ିଶା ସଭାପତି ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଙ୍କ ସଂଯୋଜନା ରେ ନିଳିମାରାଣୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଶିଷ୍ଟ କବି କେଦାର ମିଶ୍ର, ଚଳଚ୍ଚିତ୍ର ସମୀକ୍ଷକ ଦିଲ୍ଲିପ ହାଲି, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ,ଯୋଗ ଦେଇ ଓଡ଼ିଆ ନବବର୍ଷ ଓ ମହା ବିଷୁବ ପଣା ସଂକ୍ରାନ୍ତି ଉପରେ ଆଲୋକପାତ କରିଥିଲେ।

ଶେଷରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ପୂର୍ବତନ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଯୋଗଦେଇ ସମସ୍ତ ଙ୍କୁ ଓଡିଆ ନୂଆବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *