ଭୁବନେଶ୍ୱର,୨୬/୦୪/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟସ୍ତରୀୟ ଜାନକୀ ବଲ୍ଳଭ ପଟନାୟକ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ବିଶିଷ୍ଟ ଜନନାୟକ ସ୍ବର୍ଗତ ଜାନକୀ ବଲ୍ଲଭ ପଟନାୟକଙ୍କ ଏକାଦଶତମ ଶ୍ରାଦ୍ଧବାର୍ଷିକ ଅବସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ତଥା ପତ୍ରକାର ଅରବିନ୍ଦ ତ୍ରିପାଠୀ ଓ ସମାଜସେବା ପାଇଁ ନିବେଦିତା ଭଞ୍ଜ ଙ୍କୁ ସମ୍ମାନିତ କରାଯାଇଥିଲା ।
ମୁଖ୍ୟଅତିଥି ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ବିଶିଷ୍ଟ ଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ,ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଗତିବାଦୀ କାର୍ଯ୍ୟକାରି ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ପ୍ରାକ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଡ଼ଃ ବଦ୍ରୀନାଥ ପଟନାୟକ, ପଦ୍ମଶ୍ରୀ ଦେବୀ ପ୍ରସନ ପଟନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସାମ୍ବାଦିକତା ଓ ସମାଜସେବା ପାଇଁ ଉଭୟଙ୍କୁ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ରଜନୀ କୁମାର ମହାନ୍ତି, ଯୋଗିନାଥ ବାହୁବଳେନ୍ଦ୍ର ପରିଚାଳନା କରିଥିଲେ ।
