କେନ୍ଦ୍ରାପଡ଼ା,୧୯/୦୯/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଓକା ଆଇଡଲ୍ ଅନ୍ ଲାଇନ୍ ପ୍ରତିଯୋଗୀତାରେ ୩୨୦ ଜଣ ପ୍ରତିଭା ଭାଗ ନେଇଥିଲେ । ପ୍ରତିଯୋଗିତାଟି ୪ଟି ପର୍ଯ୍ୟାୟରେ ହୋଇଥିଲା ।
ସେଥି ମଧ୍ୟରୁ ଜୁନିଅର୍ ଓ ସିନିୟର୍ ବିଭାଗରୁ ଗୀତ,ନୃତ୍ୟ,କବିତା ଆବୃତି, ଅଭିନୟ, ଯୁଡୋ, କରାଟେ ଚିତ୍ରାଙ୍କନ ଓ ବାଦ୍ୟଯନ୍ତ୍ର ବିଭାଗରୁ ଟପ୍ ଟେନରେ ରହିଥିବା କୃତି ପ୍ରତିଯୋଗୀମାନଙ୍କୁ ଓକା ଆଇଡଲ୍ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦେଶକ ଦିନେଶ କୁମାର ମଲ୍ଲିକ ଉକ୍ତ ଉତ୍ସବରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଓକା ଆଇଡଲ୍ ପ୍ରତିଯୋଗୀତାର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ । ମୁଖ୍ୟଅତିଥି ଭାବେ କଳିଙ୍ଗ ଭାରତୀ ପ୍ରତିଷ୍ଠାନ, ନୂଆଦିଲ୍ଲୀର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ସାମଲ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅତିରିକ୍ତ ଶାସନସଚିବ ତଥା ଅଭିନେତା ଭରତ ଚନ୍ଦ୍ର ବେହେରା ଯୋଗଦେଇଥିଲେ । 
ବିଶିଷ୍ଟ ଅତିଥି ଭାବେ ଅଭିନେତା, ନିର୍ଦେଶକ ଓ ନାଟ୍ୟକାର ଅଭୟ କୁମାର ଦାସ, ବିଶିଷ୍ଟବକ୍ତା ଭାବେ ବ୍ୟଙ୍ଗ କବି ସମ୍ପଦ କୁମାର ରଥ ପ୍ରମୁଖ ଯୋଗଦେଇ ପ୍ରତିଭା ମାନଙ୍କୁ ମା’ କଟକଚଣ୍ଡି ସମ୍ମାନ ଓ ବାଇମୁଣ୍ଡି ସମ୍ମାନରେ ସମ୍ମାନୀତ କରିଥିଲେ ।
କଟକ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ଏହି ଉସôବର ପ୍ରାରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ପ୍ରଦୀପ କୁମାର ବିହାରୀ ଓ ବିଜୟ କେତନ ସାହୁ । ଧନ୍ୟବାଦ ଅର୍ପଣ କରିଥିଲେ ଗୀତିକାର ସୁଶାନ୍ତ କୁମାର ପରିଡ଼ା ଓ ରଶ୍ମିତା ସାମନ୍ତ ସିଂହାର, ବବିନା ପଟ୍ଟନାୟକ,ଗାୟତ୍ରୀ ଗୀତାଞ୍ଜଳି ଦାସ, ପଦ୍ମାଳୟା ସାହୁ, ବନିତା ନାୟକ, ମୋନାଲିସା ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
