କେନ୍ଦ୍ରାପଡ଼ା,୨୮/୧୧/୨୦୨୫(ଓଡ଼ିଶା ସମାଚାର)-ଷ୍ଟେଟବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କାଙ୍ଗାଳି ଚରଣ ମାଝିଙ୍କ ବିୟୋଗରେ ଭାରତୀୟ ଷ୍ଟେଟବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଓ ଷ୍ଟେଟବ୍ୟାଙ୍କ ପେନସନରର୍ସ ସଂଘ ଓଡିଶା ସର୍କଲର ଆଂଚଳିକ ସମ୍ପାଦକଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।
ଷ୍ଟେଟବ୍ୟାଙ୍କ ଟ୍ରିବୁ୍ୟଟ୍ ଯୋଜନା ଅନୁଯାଇ ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ମୁଖ୍ୟ ପରିଚାଳକ ଅଶୋକ କୁମାର ରାଉତ, ଷ୍ଟେଟବ୍ୟାଙ୍କ ପେନସନରର୍ସ ସଂଘ ଓଡିଶା ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ସଂଘର ଜିଲା ସମ୍ପାଦକ ଉଦୟନାଥ ସାହୁ, ସୁନାକର ଜେନା, ଇଶ୍ୱର ଚନ୍ଦ୍ର ସାହୁ, ଷ୍ଟେଟବ୍ୟାଙ୍କ କର୍ମଚାରୀ ସଂଘ ଆଂଚଳିକ ସମ୍ପାଦକ ରମେଶ ଚନ୍ଦ୍ର ମାଝିଙ୍କ ସମେତ ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କ ଶାଖାର ଅନ୍ୟ ଅଧିକାରୀମାନେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୧ନମ୍ବର ୱାର୍ଡସ୍ଥିତ ସ୍ୱର୍ଗତ ମାଝିଙ୍କ ବାସଭବନରେ ପହଂଚି ତାଙ୍କ ପତ୍ନୀ ବାସନ୍ତି ମାଝିଙ୍କୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ୩୦ହଜାର ଟଙ୍କା ଓ ଶୋକ ବାର୍ତା ପ୍ରଦାନ କରିଛନ୍ତି ।
ଷ୍ଟେଟବ୍ୟାଙ୍କ ପେନସନରର୍ସ ସଂଘ ପକ୍ଷରୁ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
