କେନ୍ଦ୍ରାପଡ଼ା, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ପବିତ୍ର ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ତଥା କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ଶାଖା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ର ପ୍ରତିଷ୍ଠାତ୍ରୀ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଆହ୍ୱାନ, ନେତୃତ୍ୱ ତଥା ମାର୍ଗଦର୍ଶନରେ ଗତ ୫ବର୍ଷ ହେଲା ପଂଚୁକ ସମୟରେ ହବିଷ୍ୟାଳୀ ବ୍ରତର ଆୟୋଜନ କରାଯାଇ ଆସୁଅଛି । ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ଶତାଧିକ ହବିଷ୍ୟାଳୀ ଯୋଗଦେଇ ରୀତିନୀତି ଅନୁଯାୟୀ ଈଶ୍ୱର ଆରାଧନା କରିବା ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ କାର୍ତିକ ପଂଚୁକ ହବିଷ୍ୟାଳୀ ବ୍ରତ ଆସନ୍ତା ୨୧ତାରିଖ ମଙ୍ଗଳବାର ପୂର୍ବାହ୍ନରେ ଉଦଘାଟିତ ହେବା ସହ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏହି ସମୟ ମଧ୍ୟରେ ରୀତିନୀତିରେ ହବିଷ୍ୟାଳୀ ବ୍ରତ ପାଳନ କରାଯିବା ସହିତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୧୨ତାରିଖ ପୂର୍ବାହ୍ନ ୧୧ଟା ବେଳେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରସ୍ଥ ଝୁଲଣ ମଣ୍ଡପରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯିବ । ଶ୍ରୀମା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅନେକ ସାଧୁସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜିଲାର ବିଭିନ୍ନ ବ୍ଲକ ଅଂଚଳରୁ ତୁଳସୀକ୍ଷେତ୍ରରେ ହବିଷ୍ୟ କରିବା ପାଇଁ ବହୁ ହବିଷ୍ୟାଳୀ ପହଂଚିବାର ସମ୍ଭାବନା ରହିଛି । ସେମାନଙ୍କ ରହିବା, ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ, ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି ସମ୍ପର୍କରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଉତ୍ସବରେ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଶ୍ରୀଜୀଉଙ୍କ ପୀଠରେ ହବିଷ୍ୟ କରିବାକୁ ଚାହୁଁଥିବା ମହିଳାମାନେ ଉପସ୍ଥିତ ହେବାକୁ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି ।
Related Posts
ଭାରତରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ।
*ଜାନୁଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ଚାଲିବ ସମ୍ମିଳନୀ *ସମ୍ମିଳନୀରେ ଯୋଗଦେବେ ୧୦୦ ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି *ଅନୁଷ୍ଠିତ ହେବ ୪୦ ରୁ ଅଧିକ ଦ୍ୱିପାକ୍ଷିକ…
ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,୨୭/୦୧/୨୦୨୬ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ…
ବିଶ୍ୱ ଜଳ ଦିବସ ଆଜି
ଭୁବନେଶ୍ୱର,୨୨/୦୩/୨୦୨୫ (ଓଡ଼ିଶା ସମାଚାର)- ବିଶ୍ୱ ୭୦ ପ୍ରତିଶତ ଜଳ ଦ୍ୱାରା ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ପ୍ରାୟ ତିନି ପ୍ରତିଶତ ଜଳ ପାନୀୟ ଉପଯୋଗୀ । ସମଗ୍ର…
