ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ନିରାକାରପୁର,୦୩/୦୨/୨୦୨୪ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୂଷଣ୍ଡପୁରଠାରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟନ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ସାମନ୍ତରାୟ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ତ୍ରିନାଥ ସେଠୀ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ କଣ୍ଡୁରୀ ସାହୁ, ବରିଷ୍ଠ ଶିକ୍ଷକ ଅମ୍ଳାନ ପ୍ରହରାଜ, ପ୍ରଭାସ ରଞ୍ଜନ ପଟ୍ଟନାୟକ, ରମେଶ ଚନ୍ଦ୍ର ପଲେଇ, ପବିତ୍ର କୁମାର ସାହୁ ଓ ଲିପୁ ରଞ୍ଜନ ବାରିକ  । ଏହି ଉତ୍ସବକୁ ସଞ୍ଚାଳନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା ।  ଉତ୍ସବରେ ବିଭିନ୍ନ ବିଷୟ ସୁନ୍ଦର ହସ୍ତାକ୍ଷର, ବିତର୍କ, ଚିତ୍ରାଙ୍କନ, କୁଇଜକୁ ବରିଷ୍ଠ ଓ କନିଷ୍ଠ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇ ପ୍ରତିଯୋଗିତାମାନ କରାଯାଇ ପୁରସ୍କାର ପ୍ରଦାନ କରିଥିଲେ ଅତିଥି ବୃନ୍ଦ ।  ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରମାକାନ୍ତ ପ୍ରହରାଜ, ତପନ କୁମାର ହାଲଦାର, ପ୍ରତାପ କୁମାର ଜେନା, ଜ୍ୟୋତ୍ସ୍ନା ବେହେରା ବନବିହାରୀ ପ୍ରତିହାରୀ,ସୁଶୀଲ ସର୍କାର, ସୁବାସ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ  । ସୂର୍ଯ୍ୟକାନ୍ତ ଜେନା, ସ୍ଵାଧୀନ ଜେନା, ସାଇ ସସ୍ମିତା ସ୍ୱାଇଁ, ରାଣୀ ବେହେରା, ଦୀପ୍ତିମୟୀ ଜେନା, ଅଭିଜିତ ନାୟକ, ମୁସ୍କାନ ଦାସ କୃତୀ ପ୍ରତିଯୋଗୀଙ୍କୁ ଟାଙ୍ଗି ବ୍ଳକ ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ରାକେଶ ଜେନା ଓ ଶପଥ ପାଠ କରିଥିଲେ ଶିକ୍ଷୟିତ୍ରୀ ଟୁକୁମଣି ଦାଶ  ।

Leave a Reply

Your email address will not be published. Required fields are marked *