ବସ ଧକ୍କା ରେ ଦୁଇ ଜଣ ବାଇକ ଆରୋହୀ ଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୦୩/୦୨/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )- କଟକ ଚାନ୍ଦବାଲି ରାସ୍ତାରେ ଜହ୍ନିଆ ଛକ ନିକଟରେ ବସ ଧକ୍କା ରେ ଦୁଇଜଣ ବାଇକ ଆରୋହୀ ଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘନ କୁହୁଡି ଯୋଗୁଁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସ ଟି କେନ୍ଦ୍ରାପଡ଼ା ପଟୁ କଟକ ଯାଉଥିଲା । ଦୁର୍ଘଟଣା ପରେ ବସଟି ବିଲ ମଧ୍ୟକୁ ପଶିଯାଇଛି । ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *