ଦୁର୍ଘଟଣା ଏଡାଇବା ପାଇଁ  ଯାଜପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାମା ।

ଯାଜପୁର , ୦୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) :- ସର୍ବସାଧାରଣ ଙ୍କ ସୁରକ୍ଷା, ନିରାପତ୍ତା ଏବଂ ଦୁର୍ଘଟଣା ଏଡାଇବା ତଥା ସମସ୍ତ ଯାନ ଗତି କରିବାର ସୁପରିଚାଳନା ପାଇଁ ଜାତୀୟ ରାଜପଥ–୧୬, ୫୩ ଏବଂ ୨୦ରେ ଯାନ ରହଣୀ ସ୍ଥାନ ମାନଙ୍କରେ ମାଲବାହୀ ଯାନ ଗୁଡିକୁ ନରଖିବା ନିମନ୍ତେ  ଜିଲ୍ଲାପାଳ ତଥା  ମାଜିଷ୍ଟ୍ରେଟ୍  ଅଧ୍ୟକ୍ଷ, ସଡକ ପରିବହନ କର୍ତ୍ତୃପକ୍ଷ ଡା. ଶୁଭଙ୍କର ମହାପାତ୍ର ନିର୍ଦ୍ଦେଶ ଜାରି କରିଚ୍ଥନ୍ତି ।

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ (ସଠିପୁର ରୁ ନେଳିଆ), ଜାତୀୟ ରାଜପଥ-୫୩ (ବାଲିଚନ୍ଦ୍ରପୁର ରୁ ଡୁବୁରୀ) ଏବଂ ଜାତୀୟ ରାଜପଥ-୨୦ (ଜିଲ୍ଲାପାଳପାଣିକୋଇଲି ଚ୍ଥକ ରୁ ରଗଡି) ପର୍ଯ୍ୟନ୍ତ ଥିବା ଯାନ ରହଣୀ ସ୍ଥଳରେ କୈାଣସି ଦ୍ରବ୍ୟ ପଦାର୍ଥ ବୋଝେଇ ମାଲବାହୀ ଯାନ ଗୁଡିକୁ ରହଣି କରିପାରିବେ ନାହିଁ ।

ଉପରୋକ୍ତ ଜାତୀୟ ରାଜମାର୍ଗ ତଥା ସଡକପଥକୁ ସଂପୂର୍ଣ୍ଣ ଦୁର୍ଘଟଣା ମୁକ୍ତ କରିବା ନିମନ୍ତେ, ସର୍ବସାଧାରଣଙ୍କ ମୁକ୍ତ ଗତିପଥ ନିମନ୍ତେ ଏବଂ ଅତ୍ୟାବଶ୍ୟକ ଯାନ ଗୁଡିକର ସୁଗମ ପରିଚାଳନା ନିମନ୍ତେ ଓଡିଶା ମୋଟର ଯାନ ଅଧିନିମ ୧୯୮୮ ଏବଂ ୧୯୯୩ କୁ ଭିତ୍ତିକରି କ୍ଷମତା ଧାରା ୧୧୫, ୧୧୭ ବଳରେ ଯାଜପୁର ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଅଧ୍ୟକ୍ଷ, ସଡକ ପରିବହନ କର୍ତ୍ତୃପକ୍ଷ ଡା. ଶୁଭଙ୍କର ମହାପାତ୍ର, ଭାପ୍ରସେ ତା ୦୧ା୦୨ା୨୦୨୪ ରିଖ ଠାରୁ ତା ୦୨ା୦୩ା୨୦୨୪ ରିଖ ପର୍ଯ୍ୟନ୍ତ ୧ ମାସ ପାଇଁ ଊକ୍ତ ନିଷେଧ ଜାରି କରିଚ୍ଥନ୍ତି ।

ଏହା ସମସ୍ତ ଯାନ ଚାଳକ, ଯାନ ମାଲିକ, ଯାଜପୁର ଜିଲ୍ଲାର ସମସ୍ତ ବସ୍‌, ଟ୍ରକ୍ ମାଲିକ ସଂଘ ତଥା ସମସ୍ତ ଯାନ ଚାଳକ ସଂଘ ଏବଂ ଯାଜପୁର ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ, ଯାଜପୁର ପକ୍ଷରୁ ଅବଗତ କରାଗଲା ।

Leave a Reply

Your email address will not be published. Required fields are marked *