ଚକ୍ରୋଡା ପଂଚାୟତରେ ଆଲୋକୀକରଣ ପ୍ରକଳ୍ପ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି

କେନ୍ଦ୍ରାପଡ଼ା,୧୪/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ପଥ ଆଲୋକୀକରଣ ପ୍ରକଳ୍ପ ଦୁର୍ନୀତିର ଭିନଜିଲାନ୍ସ ତଦନ୍ତ ଦାବି କରିଛନ୍ତି ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ । ଡ. ମଲ୍ଲିକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପଥ ଆଲୋକୀକରଣ ନିମନ୍ତେ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରାୟ ଏକ କୋଟି ଟଙ୍କା ସାଂସଦଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରିଥିଲେ ।

ସେଥିମଧ୍ୟରୁ କେବଳ ଚକ୍ରୋଡା ଗ୍ରାମପଂଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ପ୍ରକଳ୍ପଟି କେନ୍ଦ୍ରାପଡା ବ୍ଲକ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପ ଗ୍ରାମ୍ୟ ବିଦୁ୍ୟତକରଣ କର୍ତୃପକ୍ଷଙ୍କ ଜରିଆରେ କାର୍ଯ୍ୟକାରୀ କରାନଯାଇ ବ୍ଲକ ଅଧିକାରୀଙ୍କ ଦ୍ୱାରା କରାଯାଇଥିବାରୁ ଏହାର ବୈଷୟିକ ତଦାରଖ ଓ ମୂଲ୍ୟାୟନ ଏବଂ ବ୍ୟବହୃତ ବିଦୁ୍ୟତ ସାମଗ୍ରୀର ମାନ ଓ ସ୍ଥାୟୀତ୍ୱ ଉପରେ ସନ୍ଦେହ ସୃଷ୍ଟି କରିଛି । ତେଣୁ ଏହି ପ୍ରକଳ୍ପ କାର୍ଯ୍ୟର ତଦନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା କରାଯିବାକୁ ପ୍ରାକ୍ତନ ବିଧାୟିକା ଡ. ମଲ୍ଲିକ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *