Breaking News : କଟକରେ ଫୁଟିଲା ଗୁଳି, ସାଙ୍ଗମାନେ ମିଶି ଭୋଜି କଲା ବେଳେ ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮/୦୨/୨୦୨୬(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ନୂଆପଡା ପ୍ରେସ କଲୋନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା ଓରଫ ଲିଙ୍କୁ। ନୂଆପଡା ପ୍ରେସ କଲୋନୀ ନିକଟରେ ଦୁର୍ବୃତ୍ତମାନେ ସୌମ୍ୟରଞ୍ଜନ ଉପରକୁ ଗୁଳିମାଡ କରିଥିଲେ। ଏଥିରେ ସୌମ୍ୟ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ, ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଏହି ଗୁଳିମାଡ଼ ହୋଇଛି । ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା ଓରଫ ଲିଙ୍କୁ । କେଉଁ କାରଣରୁ ଗୁଳିମାଡ଼ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଭୋଜି ବେଳେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଜଣେ ସାଙ୍ଗ ଉତ୍ତ୍ୟକ୍ତ ହୋଇ ଗୁଳି ଫୁଟାଇ ଥିଲେ। ଗୁଳି ରିଙ୍କୁଙ୍କ ଛାତିରେ ବାଜିଥିଲା। ତାଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିସିପି ଖିଲାରି ଋଷିକେଶ ଡ୍ୟାନଦେଓଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *