ଲେବର ସ୍ପୋଟିଂ କ୍ଲବ ଇଣ୍ଡିପେଣ୍ଡେନ୍ସ କ୍ଲବକୁ ୨-୧ଗୋଲରେ ହରାଇ ଚମ୍ପିୟନ ହେଲା
କେନ୍ଦ୍ରାପଡ଼ା, ୦୨/୦୨/୨୦୨୪ (ଓଡ଼ିଶା ସମାଚାର)- ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟଚ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚକୁ ଅନ୍ତର୍ଜାତୀୟ ଧାବିକା ଦୁତି ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବିଜେଡି ସାଧାରଣ ସମ୍ପାଦକ ରଞ୍ଜିତ ସାହୁ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ ରଣସିଂ ପ୍ରମୁଖ ଯୋଗ ଦେଇଥିଲେ । ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଓ କଟକର ଇଣ୍ଡିପେଣ୍ଡେନ୍ସ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲେବର ସ୍ପୋଟିଂ କ୍ଲବ ଇଣ୍ଡିପେଣ୍ଡେନ୍ସ କ୍ଲବକୁ ୨-୧ ଗୋଲରେ ହରାଇ ଚମ୍ପିୟନ ହୋଇଛି । ଲେବର ସ୍ପୋଟିଂ କ୍ଲବର ଖେଳାଳୀ ବେନ୍ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଖେଳାଳୀ ରିଚ୍ ମ୍ୟାନ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ଏହି ଅବସରରେ ଲେବର ସ୍ପୋଟିଂ କ୍ଲବକୁ ନଗଦ ୨୧ହଜାର ଟଙ୍କା ଚମ୍ପିୟନ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ ଦଳ କଟକର ଇଣ୍ଡିପେଣ୍ଡେନ୍ସ କ୍ଲବକୁ ନଗଦ ୧୬ହଜାର ଟଙ୍କା ସମେତ ରନର୍ସଅପ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ମୁଖ୍ୟ ରେଫରୀ ସୁଜିତ ଦାସଙ୍କ ସମେତ ଲକ୍ଷ୍ମଣ ସୋରେନ୍, ସନ୍ଦୀପ ଦାସ, ଯୋଗି ପଲେଇ ଓ ସେକ ମୋକିମ ପ୍ରମୁଖ ରେଫରୀମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ(ମତୁ), ଉପଦେଷ୍ଟା ସୟଦ ଅବଦୁଲ ସତାର, ଉପସଭାପତି ସେକ ସଫାତୁଲ୍ଲା, ସମିଉଲ୍ଲା ଖାନ(ଜୁମା), ଅକିଲ ଅହେମ୍ମଦ, ସେକ ଫରିଦୁଦ୍ଧିନ, ସେକ ବୁରାନ ଅଲ୍ଲୀ, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ସମ୍ପାଦକ ମୀର ଜରାର୍, ଆୟାଜ୍ ମହମ୍ମଦ, ମୀର ୟାସିର, ମୀର ସଲିମ, କଲିମ ଖାନ, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ, ସୟଦ ଅକମଲ ଅଲ୍ଲୀ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୀର ଆବୁ ଓବେଦା, ମୀର ବକାଉଲ୍ଲା, ମୀର ଫାରୁକ, ମହମ୍ମଦ ଲିଆକତ ଅଲ୍ଲୀ, ସେକ ହାଇଦର ଅଲ୍ଲୀ, ସୟଦ ଏହେସାନ ଅଲ୍ଲୀ, ମୀର ଆବୁସମା, ଜାହିଦ ଖାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଫୁଟବଲ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।