କେନ୍ଦ୍ରାପଡ଼ା, ୧୫/୦୩/୨୦୨୪ (ଓଡ଼ିଶା ସମାଚାର)- ଇଚ୍ଛାପୁରର ଶ୍ୟାମକାଳୀ ଏନକ୍ଲେଭରେ ଏକ ଜିଲାସ୍ତରୀୟ ଉପଭୋକ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ବୈଷୟିକ ଅଗ୍ରଗତି ସେବା ସଂସ୍ଥାର ସହଯୋଗରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାରେ ବେସାମାରିକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । ସହକାରୀ ବେସାମରିକ ଯୋଗାଣ ଅଧିକାରୀ ଦେବଶ୍ରୀ ମାର୍ଥା ମୁଖ୍ୟବକ୍ତା , ବୈଧମାପ ଓ ଓଜନ ବିଭାଗର ଉପନିୟନ୍ତ୍ରକ ପ୍ରଦ୍ୟୁଶ ହରିଚନ୍ଦନ, ସହକାରୀ ଉପନିୟନ୍ତ୍ରକ ଈଶ୍ୱର ବଳିଆ ମୁର୍ମୁ ଓ ନିରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉପଭୋକ୍ତା ମାନେ ସଚେତନ ହେଲେ ଠକାମୀର ଶିକାର ହେବେ ନାହିଁ କି ନିଜର ନାଯ୍ୟ ପ୍ରାପ୍ୟରୁ ବଂଚିତ ହେବେ ନାହିଁ ବୋଲି ବ୍ୟକ୍ତାମାନେ ମତବ୍ୟକ୍ତ କରିଥିଲେ । ଫଳରେ ସମାଜରେ ରାମରାଜ୍ୟ ପ୍ରତିଷ୍ଠା ସମ୍ଭବ ହେବ ବୋଲି କହିଥିଲେ । ଇଚ୍ଛାପୁର ଏବଂ ନିକଟସ୍ଥ ବିଭିନ୍ନ ପଂଚାୟତ ସମେତ କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରୁ ୭୯ଜଣ ଉପଭୋକ୍ତ କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ଆଡଭୋକେଟ୍ ପ୍ରଦୀପ କୁମାର ଦାଶ ଯୋଗଦେଇ ଉପଭୋକ୍ତା ଆଇନ ବିଷୟରେ କେତେକ ତଥ୍ୟ ରଖିଥିବା ବେଳେ ସଞ୍ଜୟ କୁମାର ମଲ୍ଲିିକ ମଧ୍ୟ ବକ୍ତବ୍ୟ ରଖିଥିଲେ । ଶ୍ରୀ ସତ୍ୟସାଇ ବୈଷୟିକ ଅଗ୍ରଗତି ସେବା ସଂସ୍ଥାର ବଳରାମ ସାହୁ କର୍ମଶାଳା ପରିଚାଳନାରେ ସହଯୋଗ କରିଥଲେ । ଶ୍ରୀ ସତ୍ୟସାଇ ବୈଷୟିକ ଅଗ୍ରଗତି ସେବା ସଂସ୍ଥାର ସମ୍ପାଦକ ପ୍ରସନ୍ନ କୁମାର ଦାଶ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିବା ବେଳେ ରାଇଡ୍ ସେବା ସଂସ୍ଥାର ସମ୍ପାଦକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।