ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା କବାଡି, ଭଲିବଲ, ଖୋଖୋ  ପ୍ରତିଯୋଗିତା -୨୬ ଉଦଯାପିତ

ଜଗତସିଂହପୁର,୧୩/୦୪/୨୦୨୬ ୧୩/୦୪/୨୦୨୬ (ଓଡ଼ିଶା ସମାଚାର)-  ଜଗତସିଂହପୁର ପରିସରସ୍ଥ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ  ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି,  ଭଲିବଲ, ଖୋଖୋ ପ୍ରତିଯୋଗିତା -୨୬ ଯୁବ ଓ କ୍ରୀଡା ବିଭାଗ, ଓଡିଶା ସରକାର ଓ ଜିଲ୍ଲା କ୍ରୀଡା ସଂସଦ ଜଗତସିଂହପୁର  ମିଳିତ ସହଯୋଗରେ  ଆୟୋଜିତ ହୋଇ ଗତ ୧୦ ତାରିଖରୁ ଚାରି ଦିନ ଚାଲିଥିବା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଆଜି ଶେଷ ଦିବସର ପ୍ରଥମ ପର୍ଯ୍ୟାୟ  ଖୋଖୋ ପ୍ରତିଯୋଗିତାର ଆରମ୍ଭ ରେ  ସମ୍ମାନନୀୟ ଅତିଥି ଭାବେ ଜଗତସିଂହପୁର ବ୍ଲକ ର ତହସିଲଦାର ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ଓ ନାଉଗାଁ ବ୍ଲକ ର ତହସିଲଦାର ଶ୍ରୀଯୁକ୍ତ ଅକ୍ଷୟ କୁମାର ବଡୁ ଯୋଗଦେଇ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏଥିରେ ଜିଲ୍ଲା ର ସବୁ ବ୍ଲକ ରୁ ଖୋଖୋ ଖେଳାଳି ମାନେ ଯୋଗ ଦେଇଥିଲେ ।  ଉଦଯାପନୀ ସଭାରେ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ଵବିଜୟିନୀ ପଟ୍ଟନାୟକ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଦୋଳଗୋବିନ୍ଦ ଦାଶ  ଜିଲ୍ଲା କ୍ରୀଡା ସଂସଦର ସଭ୍ୟ ସାଧୁ ଚରଣ ମହାନ୍ତି ଏବଂ ଖୋଖୋ ତାରକା ଖେଳାଳି ଭୁବନାମୋହନ ଦାସ ସନମ୍ମାନୀୟ ଅତିଥି ଭାବରେ ଯୋଗଦେଇ କୃତୀ  କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ଓ ପ୍ରମାଣପାତ୍ର ପ୍ରଦାନ କରିଥିଲ । ଅଲଣାହାଟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ।   ଜିଲ୍ଲାର କ୍ରୀଡା ଶିକ୍ଷକ ମାନେ ଉତ୍ସବ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।  ଏହି ପ୍ରତିଯୋଗିତାରେ ପ୍ରାୟତଃ ୪୦୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ । ଆଜି ଅନୁଷ୍ଠିତ ଉଦଯାପନୀ ସଭାରେ  ଖୋଖୋ ର ବାଳକ ବିଭାଗ ରେ ଟାଇଗେର ଗ୍ରୁପ ଚାମ୍ପିୟନ ହୋଇଥିଲାବେଳ ବୁଲ ଗ୍ରୁପ ରନର ଟ୍ରଫି ପାଇଥିଲେ । ସେହିପରି ବାଳିକା ବିଭାଗରେ ସ୍ପାରୋ ଗ୍ରୁପ ଚାମ୍ପିୟନ ହୋଇଥିଲା ବେଳେ ଫ୍ଲେ୍ମିଙ୍ଗୋ ଗ୍ରୁପ ରନର ଟ୍ରଫି ପାଇଥିଲେ ।

Leave a Reply

Your email address will not be published. Required fields are marked *