ମା ‘ ତାରିଣୀଙ୍କ ଚଇତି ପର୍ବର ପଞ୍ଚମ ଦିନ ଆଧ୍ୟାତ୍ମିକ ନୃତ୍ୟ , ଭଜନ ଓ ଝୁମର ନୃତ୍ୟ ପରିବେଷଣ

ଘଟଗାଁ, ୧୩/୦୪/୨୦୨୬ (ଓଡିଶା ସମାଚାର)-କେନ୍ଦୁଝରର ଆରାଧ୍ୟା ଦେବୀ ଘଟଗାଁ ମା ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବର ଆଜି ପଞ୍ଚମ ଦିବସ। ଏହି ପଞ୍ଚମ ଦିବସରେ ମା’ଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଯୋଗୁଁ ପ୍ରବଳ ଭିଡ଼ ଲାଗି ରହିଥିଲା। ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ , ବଡ ସିଂହାରବେଶ, ଦେବୀ ସ୍ତୁତି ଓ ଗୀତା ପାଠ କରା ଯାଇଥିଲା।

ଶ୍ରଦ୍ଧାଳୁଙ୍କୁ ଧର୍ମେନ୍ଦ୍ର ରାଉତ, ତରା, ଘଟଗାଁଙ୍କ ସୌଜନ୍ୟରୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା। ଏହି ଅବସରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇଦ୍ରଧନୁ କେନ୍ଦୁଝର ଆଧ୍ୟାତ୍ମିକ ନୃତ୍ୟ, ଏବଂ ମାନସୀ ପାତ୍ର, ଭଜନ ପରିବେଷଣ କରିଥିଲେ।

ରଂଜିତ ମହାନ୍ତ ଝାଡ଼ଖଣ୍ଡ ଝୁମର ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟା କାର୍ୟ୍ୟକ୍ରମରେ ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଦାସ କାଠିଆ ପରିବେଷଣ କରିଥିଲେ। ପଣ୍ଡିତ ଗୋପାଳ ରାଜଗୁରୁ, ନୟାଗଡ଼ ପ୍ରବଚନ ପ୍ରଦାନ କରିଥିଲେ। ରାତ୍ର କାର୍ୟ୍ୟକ୍ରମରେ ବାଦୀ ପାଲା ଅନୁଷ୍ଠିତ ହେବ। ରାତ୍ର ୯.୩୦ ରୁ ସକାଳ ୫ ଘଟିକା ଯାଏ ବାଦି ପାଲା ଅନୁଷ୍ଠିତ ହେବ। ଗାୟକ ସଚ୍ଚିଦାନନ୍ଦ ଦାସ ଓ ଗାୟକ ଧିରେନ ମହାନ୍ତି ପାଲା ପରିବେଷଣ କରିବାର କାର୍ୟ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *