କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ।

ଯାଜପୁର,୮/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର) – ଶ୍ରୀ ଗୁଣ୍ଡିଚା ଅବସରରେ, ଯାଜପୁର ବରୀ ବ୍ଲକ ଅନ୍ତର୍ଗତ କମ୍ପଗଡ ଗ୍ରାମରେ କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୫ ତମ ବନମହୋତ୍ସବ ଶିର୍ଷକ ଏକ ଆଲୋଚନା ଚକ୍ର ଓ ବୃକ୍ଷରୋପଣ କାର୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ଅଂଚଳର ବିଶିଷ୍ଟ ସେନା ଅଧିକାରୀ ଡାକ୍ତର ସର୍ବେଶ୍ୱର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଫିତା କାଟି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଓବିସି ମୋର୍ଚ୍ଚା ସଭ୍ୟ ଓ ଜଣାଶୁଣା ସମାଜସେବୀ ରାକେଶ ନାୟକ, ସ୍ଥାନୀୟ ଅଂଚଳର ବହୁ ଶିକ୍ଷାବିତ୍ , ସମାଜସେବୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କଲେ ଆଗାମୀ ଦିନରେ ମାନବ ସଭ୍ୟତା ତିଷ୍ଠି ରହିବ ବୋଲି ମତ ଦେଇଥିଲେ । ଦିନ କୁ ଦିନ ତାପମାତ୍ରା ବୃଦ୍ଧି , ଅସନ୍ତୁଳିତ ଜଳବାୟୁ ପାଇଁ ଜଙ୍ଗଲ ଲୋପ ମୁଖ୍ୟ କାରଣ , ବର୍ଷ ତମାମ ଗରମରେ ଲୋକ ନାନାଦି ହଇରାଣ ହେଉଛନ୍ତି ଓ ଡହଳ ବିକଳ ହେଇ ଅଂଶୁଘାତ୍ ରେ ମୃତ୍ୟୁ ବରଣ କରୁଛନ୍ତି , ଯାହାକି ଆମ ସମସ୍ତ ଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ଡାକ୍ତର ଶତପଥୀ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଏହି କାର୍ୟ୍ୟକ୍ରମ ଟ୍ରଷ୍ଟ ର ପ୍ରତିଷ୍ଠାତା ଦିବ୍ୟପ୍ରକାଶ ସାହୁ ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରୁଥିଲେ । ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଶ୍ରୀ ସାହୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *