ୱାକର୍ସ କ୍ଲବର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୦ ଇଉନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର,୨୨/୦୯/୨୦୨୫ (ଓଡ଼ିଶା ସମାଚାର)- ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦ, ୱକର୍ସ ଇଂଟରନେସନାଲ ଦ୍ୱାରା ଅନୁବନ୍ଧିତ ଫନ୍ ଆଣ୍ଡ ଫିଟନେଓ ୱାକର୍ସ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏନ୍-୬, ରାମେଶ୍ୱର ମନ୍ଦିର କମୁ୍ୟନିଟ୍ ହଲରେ ଅନୁଷ୍ଠିତ ହୋଇଯାଇଛି, ରେଡ଼କ୍ରସ୍ ବ୍ଲଡ଼ବ୍ୟାଙ୍କ, ଆମ ଓଡ଼ିଶା, ଜୟ ଓଡ଼ିଶା ୱାକର୍ସ କ୍ଲବ ତତ୍ୱାବଧାନରେ ୪୦ ଇଉନିଟ୍ ରକ୍ତ ସଂଗୃହିତ ହୋଇଅଛି ।

ଉକ୍ତ ରକ୍ତଦାନ ଶିବିରକୁ ଡ଼ିଷ୍ଟିକ୍ଟ ଗଭର୍ଣ୍ଣର ମୁକ୍ତିକାନ୍ତ ଅଗସ୍ଥି, ସମ୍ମାନଷ୍ପଦ ପ୍ରାକ୍ତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ସଭାପତି ମନୋରଞ୍ଜନ ମିଶ୍ର, ଆପର ଓଡ଼ିଶା ସଭାପତି ନିଶିକାନ୍ତ ଦାସ ଓ ୧୫୩ ଥର ରକ୍ତଦାନ କରିଥିଲେ ସମାଜସେବୀ ଲୋକନାଥ ଦାଶ ଉଦ୍ଘାଟନ କରିଥିଲେ ଏବଂ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ ଉଦ୍ୟାପନରେ ଯୋଗ ଦେଇଥିଲେ ।

ଏହି ଅବସରରେ, ୱାକର୍ସ ଇଂଟରନେସନାଲ ଦ୍ୱାରା ନୂତନ ଭାବେ ଅନୁବଂଧିତ ଜୟ ଓଡ଼ିଶା ୱାକରସ କ୍ଲବର ସଭାପତି ରୁଦ୍ରନାରାୟଣ ସାମନ୍ତରାୟ, ଫେମି ୱାକରସ କ୍ଲବ ସଭାପତି ସଂଯୁକ୍ତା ପଣ୍ଡା, ମା ଗୌରୀ ୱାକର୍ସ କ୍ଲବ ସଭାପତି ରଶ୍ମି ବେହେରା, ମା ସୁନାଦେଇ ୱାକର୍ସ କ୍ଲବ ସଭାପତି ବିବେକାନନ୍ଦ ବାରିକ, ଶ୍ରୀହରି ୱାକରସ କ୍ଲବ ସଭାପତି ନବ କିଶୋର ବେହେରା, ଓଡ଼ିଆ ସନେମା ଅଭିନେତା ବବି ମିଶ୍ର, ଅଙ୍କିତା ଦାସ, ନୟାପଲ୍ଲୀ ଥାନା ଏ.ସି.ପି ଇନ୍ଚାର୍ଜ ସତ୍ୟ ରଞ୍ଜନ ପ୍ରଧାନ, ଗୋ÷ରବ ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ମିନାକ୍ଷୀ ମହାପାତ୍ର ଉପସ୍ଥିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ସଂବର୍ଦ୍ଧିତ କରାଯାଇଥିଲା ।

ଏତଦ୍ ବ୍ୟତିତ ବିଶ୍ୱ କଲ୍ୟାଣ ପାଇଁ ୱାକର୍ସ ଇଂଟରନେସନାଲ ଟ୍ରଷ୍ଟ ଫଣ୍ଡକୁ ସହାୟତା କରି ଭୁବନେଶ୍ୱରରେ ୱାକର୍ସ ମୋଭମେଂଟଙ୍କୁ ତ୍ୱରାନିତ କରି ଆସୁଥିବା ଏଫଏଫସିର ସଭାପତି ଆଶିଷ ପଟ୍ଟନାୟକ, ଡ଼. ଗୋବିନ୍ଦ ଦାସ, ପ୍ରାକ୍ତନ ସେନା ଅଧିକାରୀ ପ୍ରଫୁଲ୍ଲ ଲେଙ୍କା ଓ ଜୋନ ଚେୟାର ପରସନ୍ କେଦାର ପଟ୍ଟନାୟକଙ୍କୁ ସଂବଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଏଫ.ଏଫ.ସିର ସଂପାଦକ ସୁଧାକର ଷଡ଼ଙ୍ଗୀ, ଯୁଗ୍ମ ସଂପାଦକ ସୋ÷ଭାଗ୍ୟ ନାୟକ, ଭାଇସ ପ୍ରେସିଡ଼େ ପ୍ରଦୀପ୍ତ ପଣ୍ଡା, ଉପଦେଷ୍ଟା ପ୍ରେମାନନ୍ଦ ପୃଷ୍ଟି, ବୈଷ୍ଣବ ଓଝା, ଭବାନୀ ପଟ୍ଟନାୟକ, ପ୍ରଣତି ଶତପଥୀ, ତପସ୍ୱୀନି ସାହୁ ଡ଼. ଶଶୀକାନ୍ତ ମିଶ୍ର, ବାବୁରାମ ସେଠୀ, କପିଳାସ ସ୍ୱାଇଁ, କ୍ରିଷ୍ଣା ନାୟକ, ମୋହନ ମହାପାତ୍ର, ଲଳିତ ମୋହନ ଦାସ ଅଧିକାରୀ, ଅମୀୟ ଶର୍ମା, ବିଶ୍ୱରଜନ ନାୟକ, ପ୍ରତାପ ରାଉତରାୟ, ଲାଲମୋହନ ପ୍ରଧାନ, ଦିଲିପ ମିଶ୍ର, ଜୁବୁଲି କାନୁନଗୋ, ଏସ୍ ଏନ୍ ସେଠୀ, ପ୍ରମୁଖ କର୍ମକର୍ତା ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *