ଓଡ଼ିଆ ପକ୍ଷ ପାଳନ — ଆମ ରୁଚି – ଆମ ଖାଦ୍ୟ ମେଳା ଅନୁଷ୍ଠିତ 

ଭୁବନ ୧୩/୦୪/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ଆମ ରୁଚି ଆମ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ପକ୍ଷ ପାଳନ ର ତ୍ରୟୋଦଶ ଦିବସ ଅବସରରେ ମିଶନ ଶକ୍ତି ଗୃହ ପରିସରରେ ଅନୁଷ୍ଠିତ ଆମ ରୁଚି ଆମ ଖାଦ୍ୟ ମେଳା କୁ ସିଡିପିଓ ଶ୍ରୀମତୀ ଭଗବତୀ ଗୁରୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପାଶ୍ଚାତ୍ୟ ସଂସ୍କୃତି ଅନୁକରଣ ଯୋଗୁ ଗାଁ ଗହଳିରେ ଦିନକୁ ଦିନ ପିଠା ପଣା ପ୍ରସ୍ତୁତି କମି ଯାଉଛି ।

ଆଗାମୀ ପିଢ଼ି ପାଇଁ ଏହାକୁ ବଞ୍ଚାଇ ରଖିବାକୁ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଖାଦ୍ୟମେଳା ରେ ଢେ଼ଙ୍କାନାଳ ର ପ୍ରସିଦ୍ଧ ବିରି ବରା ସାଙ୍ଗକୁ ଦହିବରା,ଆଳୁଦମ୍,ଆରିସା,କାକରା,ଏଣ୍ଡୁରି ପିଠା,ମୁଆଁ ପିଠା ଇତ୍ୟାଦି ସୁସ୍ୱାଦୁ ପିଠା ଓ ମିଠା ତିଆରି ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବି ଏଲ ଏଫ୍ ସଭାନେତ୍ରୀ ବିଦ୍ୟୁତ ପ୍ରଭା ପାଣିଗ୍ରାହୀ ଙ୍କ ସମେତ ସୌଦାମିନୀ ବାହାଲିଆ, ନର୍ମଦା ମହାନ୍ତି,କଳ୍ପନା ନାୟକ,ସୁପ୍ରିତି ପଟ୍ଟନାୟକ,ସରସ୍ୱତୀ ମହାପାତ୍ର,ବି ଏସ ଏ ( ଇ ସି ) ଝିଲ୍ଲୀ ସାହୁ,ଜଳସାଥି ଏଲିନା ପରିଡ଼ା,ସ୍ଵଛସାଥି ଚାରୁଲତା ମହାନ୍ତି, ସ୍ୱଚ୍ଛ ସୂପରଭାଇଜର ଲିଲି ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *