ଡଃ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ୨୦୨୬

ଭୁବନେଶ୍ୱର,୧୬/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱର ସିଟି କ୍ଲବ ଓ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏବଂ ଡଃ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫାଉଣ୍ଡେସନ ଟ୍ରଷ୍ଟ ସହଯୋଗରେ ଆସନ୍ତା ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରୁ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ମହିଳା ଏବଂ ପୁରୁଷ ବିଭାଗର ଫୁଟବଲ ଟୁର୍ଣ୍ଣାମେଂଟ ଭୁବନେଶ୍ୱରଠାରେ ହେବା ପାଇଁ ଓଡ଼ିଶା ଅଲମ୍ପିକ ଆସୋସିଏସନ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ସ୍ଥିର କରାଯାଇଛି ।
ଏହି ବୈଠକରେ ପାଳଲହଡ଼ା ବିଧାୟକ ତଥା ଡଃ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଶ୍ରୀ ଅଶୋକ ମହାନ୍ତିଙ୍କ ସମେତ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା, ପୂର୍ବତନ ବିଧାୟକ ପି୍ରୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ, ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ଜିଲା ଭାଜପା ସଭାପତି ନିରଞ୍ଜନ ମିଶ୍ର, ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, କ୍ରୀଡ଼ା ପ୍ରଶାସକ ଅଶୋକ କୁମାର ମହାନ୍ତି, ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ଫୁଟବଲ ସମ୍ପାଦକ ଦିଲ୍ଲୀପ ଦାସ, ଭାଗ୍ୟଧର ଜଗଦେବ, ଇଂ ଅରୁଣ ବିଶ୍ୱାଳ, ମହିନ୍ଦ୍ରନାଥ ନାୟକ, ବନୋଜ କୁମାର ପ୍ରଧାନ ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ଉପସଭାପତି ମହମ୍ମଦ ସହିଦ ଜବାର, କ୍ରିଷ୍ଣା ଗ୍ରୁପର ଅଧ୍ୟକ୍ଷ ପବିତ୍ର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସମୀର ମହାନ୍ତିଙ୍କୁ ସର୍ବସମ୍ମତିକ୍ରମେ ଟୁର୍ଣ୍ଣାମେଂଟ କମିଟିର ଚେୟାରମ୍ୟାନ ଭାବେ ମନୋନୀତ କରିଥିଲେ । ଏହି ପ୍ରସ୍ତାବକୁ ବହୁ କ୍ରୀଡ଼ାପ୍ରେମୀ, କ୍ରୀଡ଼ା ଅନୁଷ୍ଠାନମାନେ ସହଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *