ମାନସ ମଙ୍ଗରାଜ ବିଜେଡ଼ି ସଂସଦୀୟ ଦଳ ନେତା ଓ ସୁଲତା ଦେଓ ଉପନେତା

ଭୁବନେଶ୍ୱର,୧୩/୦୪/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ବିଜେଡ଼ିର ସଂସଦୀୟ ଦଳ ନେତା ହେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ ହେଲେ ଉପନେତା । ରାଜ୍ୟସଭାରେ ବିଜୁ ଜନତା ଦଳ ସଂସଦୀୟ ଦଳ ନେତା ପଦରେ ସାଂସଦ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ମିଳିଛି । ସେହିପରି ସାଂସଦ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ମିଳିଛି ।

ସୁଲତା ଦେଓ
ମାନସ ମଙ୍ଗରାଜ

ଗତ କିଛି ଦିନ ତଳେ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିଲେ। ଏହି ପଦ ପାଇଁ ନବ ନିର୍ବାଚିତ ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ସମସ୍ତେ ଭାବୁଥିଲେ ସସ୍ମିତ ପାତ୍ର ଙ୍କ ଇସ୍ତଫାର କାରଣ ସନ୍ତୃପ୍ତ ମିଶ୍ର । ହେଲେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଦଳର ସୁପ୍ରିମୋ ତଥା ଓଡ଼ିଶା ବିଧାନସଭା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି।

 

Leave a Reply

Your email address will not be published. Required fields are marked *