ନନ୍-କ୍ୟାଡ଼ର ପବ୍ଲିକ ପ୍ରୋସିକ୍ୟୁଟରଙ୍କ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଯାଜପୁର,୧୧/୦୪/୨୬ ୧୧/୦୪/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାର ନନ୍-କ୍ୟାଡ଼ର ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ଇଣ୍ଡକ୍ସନ ଏବଂ ରିଫ୍ରେସର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଦ୍ଵାରା ପବ୍ଲିକ ପ୍ରୋସିକ୍ୟୁଟର ନିର୍ଦ୍ଦେଶାଳୟ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ତାଲିମ କାର୍ଯ୍ୟକ୍ରମ ଏପ୍ରିଲ ୧୧ ଏବଂ ୧୨ ତାରିଖ ଦୁଇ ଦିନ ଧରି ଆୟୋଜିତ ହୋଇଛି।

ଭାରତୀୟ ନ୍ୟାୟ ସଂହିତାରେ ସଂଶୋଧନ ଏବଂ ଏହାର ପ୍ରଭାବ, ପୁରୁଣା ଓ ନୂଆ କ୍ରିମିନାଲ ଆଇନ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ, ନୂଆ କ୍ରିମିନାଲ ଆଇନ, ଫରେନସିକ୍ସ, ପବ୍ଲିକ ପ୍ରୋସିକ୍ୟୁଟରଙ୍କ ଭୂମିକା ଓ ଦାୟିତ୍ୱ, ନୂତନ ଆଇନରେ ପୀଡ଼ିତ କୈନ୍ଦ୍ରିକ ଜାମିନ ଇତ୍ୟାଦି ବିଷୟରେ ତାଲିମ ଦିଆଯାଉଛି।

ତାଲିମ ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମାଲ୍, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଏସପି ଶ୍ରୀ ଶିତିକଣ୍ଠ କାନୁନଗୋ, ପବ୍ଲିକ ପ୍ରୋସିକ୍ୟୁଟର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଜନ୍ମେଞ୍ଜୟ ପଲେଇ, ପ୍ରୋସିକ୍ୟୁସନ୍ ଉପନିର୍ଦ୍ଦେଶକ ଶ୍ରୀମତୀ ରଶ୍ମିତା ମହାପାତ୍ର, ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଶ୍ରୀ ସୁବ୍ରତ  ମହାନ୍ତି, ଅବସରପ୍ରାପ୍ତ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ,ପବ୍ଲିକ ପ୍ରୋସିକ୍ୟୁଟର ମୋନାଲି ରାଇସା, ଆଡିସନାଲ ପି ପି, ବିପ୍ଳବ କୁମାର ମୁଦୁଲି, ଆଡିସନାଲ ପି ପି ସୌମ୍ୟାଶ୍ରୀ ସ୍ୱାଇଁ,ସହକାରୀ ନିର୍ଦ୍ଦେଶକ ପ୍ରତିମା ଓଝା, ସହକାରୀ ନିର୍ଦ୍ଦେଶକ ହିନ୍ଦୁ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ଅଧିକାରୀମାନେ ଯୋଗ ଦେଇ ତାଲିମ ନେଇଥିଲେ।

Leave a Reply

Your email address will not be published. Required fields are marked *