ଭୁବନ ୧୧/୦୪/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ କାର୍ଯ୍ୟାଳୟରେ ନୂତନ ନିରୀକ୍ଷକ ଭାବେ ଶ୍ରୀଯୁକ୍ତ ବୁଲୁ ପାତ୍ର ଯୋଗଦେବା ପରଠାରୁ ରୀତିମତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଗତକାଲି ଶୁକ୍ରବାର ଦିନ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମରେ ଚଢାଉ କରାଯାଇ ସ୍କୁଟି ସହିତ ୨୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ମଦ ନେଇ ଯାଉଥିବା ବିକର ସାହୁ ଙ୍କୁ ଗିରଫ କରାଯାଇଥିଲା ।
ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗରେ ଚଢ଼ାଉ କରି ଅଭିଯୁକ୍ତ ଵିକର ସାହୁ ଙ୍କ ନାମରେ କେଶ୍ ନଂ ୦୬/୨୦୨୬-୨୭ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।
