କଟକ ସଦର ,୦୮/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାର ସୁଦ୍ଧ ନାମକରଣ ଇତିମଧ୍ୟରେ କରାଇଥିବା ଏବଂ ସେଥିରେ କଟକ ବାଦ୍ ପଡ଼ିବାକୁ ନେଇ ବାଦ ବିବାଦ ସୃଷ୍ଟି ହୋଇଛି। ଏଥିପାଇଁ ବିଭିନ୍ନ ମହଲରୁ ଚାପା ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ନାମ କରଣର ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ମିଳିପାରିଛି।ଏକ କୋଠରୀ ରେ ଥିବା ପୁରାତନ ଆଇରନ୍ ଚେଷ୍ଟରେ KATAK ବୋଲି ଲେଖାଥିବା ତଥ୍ୟ ମିଳିଛି। ଏହି ପ୍ରମାଣ କୁ ଭିତ୍ତିକରି ସରକାର CUTTACK (କୁଟକ) କୁ ପରିବର୍ତ୍ତନ କରି KATAK ନାଁ ରଖିବାକୁ ଦାବି ହେଉଛି।

