ମୟୁରଭଞ୍ଜ,୨୪/୦୬/୨୦୨୫ (ଓଡ଼ିଶା ସମାଚାର)- ମୟୁରଭଞ୍ଜ ଜିଲା କୁଳିଅଣା ଥାନା କୁଚେଇ ଗ୍ରାମ୍ୟ ବ୍ୟାଙ୍କରୁ ଆଜି (ମଙ୍ଗଳବାର ) ଦିନ ଦ୍ୱି ପ୍ରହରରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସହ ସିସି ଟିଭିର ହାର୍ଡଡିସ୍ ଲୁଟି ନେଇଥିବା ସୂଚନା ।
ମିଳିଥିବା ସୂଚନା ଅନୁସାରେ , ୨ଟି ବାଇକ୍ରେ ୫ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭିତ କରିବା ପରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏପରିକି ବ୍ୟାଙ୍କ ରେ ଲାଗିଥିବା ସିସି ଟିଭିର ହାର୍ଡଡିସ ନେଇଯାଇଛନ୍ତି। ଲୁଟ୍ ପାଟ୍ କରି ଯିବା ବେଳେ ବ୍ୟାଙ୍କ ଗେଟ୍ରେ ତାଲା ପକାଇ ଫେରାର ହୋଇ ଯାଇଥିଲେ । ଖବର ପାଇ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ବ୍ୟାଙ୍କ ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ବର୍ତମାନ ସୁଦ୍ଧା ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ିନାହିଁ ।