ହୃଦ୍ ଘାତରେ ସାମ୍ବାଦିକଙ୍କ ବିୟୋଗ

ବଡ଼ଚଣା, ୦୪/୦୮/୨୦୨୫(ଓଡ଼ିଶା ସମାଚାର)- ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମର ବରିଷ୍ଠ ସାମ୍ବାଦିକ ପ୍ରହଲ୍ଲାଦ ରାଉତଙ୍କ ଶନିବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ସ୍ୱର୍ଗତ ପ୍ରହଲ୍ଲାଦ ରାତ୍ରୀ ଭୋଜନ କରି ଶୋଇବାକୁ ଯିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ରବିବାର ସକାଳେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ଏକମାତ୍ର ପୁଅ ପ୍ରଭାତ ରାଉତ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *