ଜଗତସିଂହପୁର, ୦୮/୦୪/୨୦୨୬ (ଓଡ଼ିଶା ସମାଚାର)- ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ଅବସରରେ ଆଜି ସ୍ୱାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆମ ମାତୃଭାଷାର ଗୌରବ ଗାନ ସହ ଜୀବନ ରକ୍ଷା ଭଳି ମହତ କାର୍ଯ୍ୟକୁ ଯୋଡ଼ିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି।
ଏହି ଶିବିରକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ ଶ୍ରୀମତୀ ସୁଜାତା ଓତା ଉଦ୍ଘାଟନ କରିବା ସହିତ ଯୁବପିଢିଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା,ଛାତ୍ରଛାତ୍ରୀ, ଏନ.ସି.ସି. କ୍ୟାଡେଟ୍, ରେଡକ୍ରସ ଏବଂ ଏନ.ଏସ.ଏସ ସ୍ୱେଚ୍ଛାସେବୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ଏହି ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର ର ଅଫିସର ଓ କର୍ମଚାରୀ , ସ୍ୱୟଂଶାସିତ ମହାବିଦ୍ୟାଳୟର କର୍ମକର୍ତ୍ତାଙ୍କ ସହାୟତାରେ ରକ୍ତ ସଂଗ୍ରହ କରାଯାଇଥିଲା। ଦିନକ ମଧ୍ୟରେ ୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
