କଟକ ସଦର ,୦୮/୦୪/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ସମସ୍ତଙ୍କର ମତ ନିଆଯାଇ ଦୁଇବର୍ଷ ତଳେ ବିଜେଡ଼ି ସରକାର ସମୟରେ ଲୋକାର୍ପିତ ହୋଇ କାର୍ଯ୍ୟକ୍ଷମ ହୋଇଥିବା ବ୍ୟୟବହୁଳ କଟକର ନେତାଜୀ ବସ୍ ଟର୍ମିନାଲ କୁ ନେଇ ରାଜନୈତିକ ବୟାନ ବାଜି ରୋଚକ ମୋଡରେ ପହଞ୍ଚିଛି। ପୂର୍ବରୁ ବିଜେଡ଼ି ଟିକେଟରେ ଅନେକ ଥର କଟକ ଲୋକସଭା ଆସନ ରୁ ନିର୍ବାଚିତ ହୋଇଥିବା ଏଵଂ ଏବେ ବିଜେପି ଟିକେଟରେ ନିର୍ବାଚିତ ହୋଇଥିବା ସାଂସଦ ଭର୍ତୃହରି ମହତାବ ବସ୍ ଟର୍ମିନାଲ କୁ ନେଇ ମୁହଁ ଖୋଲିଛନ୍ତି।

ବସ୍ ଟର୍ମିନାଲ କୁ ସେଠାରୁ ଉଠାଇ ଦିଆଯିବା ଉଚିତ୍ ବୋଲି ଭର୍ତୃହରି କହିଛନ୍ତି। ବିଜେଡ଼ି ସରକାର ସମୟରେ ବିଜେଡ଼ି ସାଂସଦ ଭର୍ତୃହରି ଚୁପ୍ ରହିବା ଏବେ ବିଜେପି ସରକାରରେ ବିଜେପି ସାଂସଦ ହୋଇ ମୁହଁ ଖୋଲିଵା କଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭର୍ତୃହରି ଙ୍କ ଏଭଳି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡ଼ି ର ରାଜ୍ୟସଭା ସାଂସଦ ଡ଼ଃ ସନ୍ତୃପ୍ତ ମିଶ୍ର। ବସ୍ ଟର୍ମିନାଲ ଯେଉଁଠି ହୋଇଛି ଭଲ ସ୍ଥାନରେ ହୋଇଛି । ଯିଏ ବସ ରେ କେବେ ଯାଇନାହାନ୍ତି ସିଏ ବସ୍ ଷ୍ଟାଣ୍ଡ କଥା କହିଵା ଅନୁଚିତ୍। ବରଂ ଯାତ୍ରୀମାନଙ୍କ ମତ ନିଆଯିବା ଉଚିତ୍ ବୋଲି ସନ୍ତୃପ୍ତ ମିଶ୍ର ଭର୍ତୃହରି ଙ୍କୁ ନିଶାନା କରିଛନ୍ତି।
ତେବେ ଆଗକୁ ବସ୍ ଟର୍ମିନାଲ କୁ ନେଇ ବୟାନ ବାଜି ବଢୁଛି ନାଁ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା। ସେହିପରି କଟକ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କୁ ରାଜ୍ୟ ବିଜେପି ସରକାର ଵାତିଲ କରିଦେଇଥିବା ପ୍ରତିବାଦରେ ଵିଜେଡି ପକ୍ଷରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ସିଏମସି ମେୟର ସୁବାସ ସିଂହ ଙ୍କ ନେତୃତ୍ଵରେ କଟକ ବକ୍ସିବଜାର ଗୋଲେଇ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି।
