କଟକ ସଦର , ୨୦/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ‘ଆମ ଗାଁ,ଆମ ବିକାଶ’ ଯୋଜନାରେ କଟକ ସଦର ବ୍ଲକରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଆସୁଥିଲା ଵେଳେ ଏଵେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ଯୋଜନା ଆସି ପହଞ୍ଚିଯାଇଛି। ଏଥିରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଥିଲା ବେଳେ ୨୩ ଗୋଟି ପଞ୍ଚାୟତ ପାଇଁ ମୋଟ ୧୧.୫୦ କୋଟି ଦିଆଯାଇଛି। ହେଲେ ଏହି ଯୋଜନା ପୂର୍ଵ ଯୋଜନା ପରି ହେଵା ସମ୍ଭାବନା ଅଧିକ ସୃଷ୍ଟି ହୋଇଛି। ପୂର୍ବରୁ ରାଜନୈତିକ ଫାଇଦା ଉଦେଶ୍ୟରେ ଜମି ଗୋଟିଏ ଯାଗାରେ ଏଵଂ ଜମିର କାଗଜପତ୍ର ଜାଲିଆତି କରାଯାଇ ପ୍ରକଳ୍ପ ଅନ୍ୟ ଯାଗାରେ କରାଯାଇଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ସର୍ବସାଧାରଣଙ୍କ ଯାଗାରେ ନହୋଇ ବ୍ୟକ୍ତିଗତ ଯାଗାରେ କରାଯାଇଥିବା ଜଣାପଡିଛି। ଏହାକୁ ରୋକିବାରେ ଜିଓ ଟ୍ୟାଗ୍ ର ଆବଶ୍ୟକତା ଯଥେଷ୍ଟ ରହିଥିବା ଦର୍ଶାଇ ଏହାକୁ କାର୍ଯ୍ୟକାରୀ କରିଵାକୁ ଉତ୍କଳ ବିକାଶ ପରିଷଦର ସଭାପତି ତଥା କଟକ ସଦରର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି ।
‘ଆମ ଓଡ଼ିଶା, ନବୀନ ଓଡ଼ିଶା’ପ୍ରକଳ୍ପର ଜିଓ ଟ୍ୟାଗ୍ ପାଇଁ ଦାବି
