ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବତକ ଚିଆଁ ବଣ୍ଟନ

ଲକ୍ଷ୍ମୀପୁର ୨୦/୧୧/୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପ୍ରାଣୀସମ୍ପଦ ବିଭାଗ ତରଫରୁ ଆତ୍ମା ସହାୟତାରେ ଲକ୍ଷ୍ମୀପୁର ଓ କାକିରିଗୁମା ପ୍ରାଣୀ ଚିକିତ୍ସାଳୟ ପରିସରରେ ୧୦୫ ଜଣ ଚାଷୀଙ୍କୁ ବତକ ଚିଆଁ ବଣ୍ଟନ କରାଯାଇଛି।ବତକ ଚିଆଁ ଗୁଡ଼ିକୁ ପାଳି ବଡ କରିବା ପର୍ୟ୍ୟନ୍ତ ଯାହା ଖର୍ଚ୍ଚ ହେବ ସେହି ହିସାବରେ ପନ୍ଦର ଶହ ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଥିବା ବିଭିଓ ଜୀବନ କୁମାର ମୁଣ୍ଡା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଏହି ଯୋଜନାରେ ଅନେକ ଚାଷୀ ବତକ ପାଳି ସ୍ୱାବଲମ୍ବୀ ହେଇ ପାରିବେ ବୋଲି ଶ୍ରୀଯୁକ୍ତ ମୁଣ୍ଡା ପ୍ରକାଶ କରିଛନ୍ତି।ପ୍ରଥମ ପର୍ୟାୟରେ ୨୫ ଜଣ ଚାଷୀଙ୍କୁ ୬୨୫ଟି ଚିଆଁ ବଣ୍ଟନ କରା ଯାଇଥିବା ବେଳେ ଆଜି ଦ୍ୱତୀୟ ପର୍ୟ୍ୟାୟରେ  ଜଣକା ୨୫ ଟି ହିସାବରେ ୧୦୫ ଜଣ ଚାଷୀଙ୍କୁ ୨୬୨୫ଟି ଚିଆଁ ବଣ୍ଟନ କରାଯାଇଛି। ଚିଆଁ ବଣ୍ଟନ ସମୟରେ ପ୍ରାଣୀ ଚିକିତ୍ସକ ଡ଼.ଆଶୁତୋଷ ମଲିକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ମନୋଜ କୁମାର ବେହେରା,ପ୍ରାଣୀ ଧନ ନିରୀକ୍ଷକ,ଅରୂପା ସାହୁ, ପଙ୍କଜିନି ଗରଡ଼ା,ଅନିତା ଚୌଧୁରୀ, ରବି ନାରାୟଣ ସାହୁ,ରଞ୍ଜିତ ଗୁଡଲା,ତୁରୁକା ମାଣ୍ଡିଙ୍ଗା,ପିପୁନ କୁମାର ସାହୁ,ପ୍ରମୋଦ କୁମାର ସାହୁ,ଜଗନାଥ ସାଗର ପ୍ରମୁଖ ଉପସ୍ଥିତ ଥିଲା ବେଳେ ପ୍ରାଣୀ ଧନ ସହାୟକ ସନ୍ତୋଷ କୁମାର  ଅରୁଣ କୁମାର ବିଶୋଇ ଓ ମୁନା ବିଶୋଇ ପ୍ରଭୁତି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *