ଯାଜପୁର, ୩୦/୫/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ଆଦେଶମତେ ସମାଜର ବିଭିନ୍ନ ଶ୍ରେଣୀର ମତଦାତାଙ୍କ ପାଇଁ ମତଦାନ ସାବ୍ୟସ୍ତ କରିବା ନିମନ୍ତେ “ନିର୍ବାଚନ ପର୍ବ ଆମ ଦେଶର ଗର୍ବ” ବିଶାଳ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ମେରୁଦଣ୍ଡ ଅଟେ ବୋଲି ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ପ୍ରକାଶ କରିବା ସହ ଯାଜପୁର ଜିଲାରେ ନିର୍ବାଚନରେ ଜିଲାର ସମସ୍ତ ଯୁବ ଭୋଟର, ଦିବ୍ୟାଙ୍ଗ ଭୋଟର, ୮୫ ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧ ବୃଦ୍ଧା ଭୋଟର ଓ କିନ୍ନର ଭୋଟର ଏବଂ ସର୍ବୋପରି ନିର୍ବାଚନ ସେବାରେ ନିୟୋଜିତ ଆବସେଣି୍ଟ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବାର ନିର୍ବାଚନ କମିଶନଙ୍କ ଅପୂର୍ବ ସୁଯୋଗ ପଣୟନର ରୂପାୟନକୁ ଜିଲା ପ୍ରଶାସନ ପକ୍ଷରୁ ପ୍ରକୃଷ୍ଟ ପଦକ୍ଷେପ ନିଆଯାଇ ସପଂଳ କରାଯାଊଛି ।
ତା ୨୪ା୦୫ା୨୦୨୪ ରିଖ ଠାରୁ ତା ୨୭ା୦୫ା୨୦୨୪ ରିଖ ପର୍ଯ୍ୟନ୍ତ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ ପୋଲିଂ କର୍ମଚାରୀ ମାନଙ୍କୁ ଚୁଡାନ୍ତ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବା ସହ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ଆଜି ଅନ୍ତିମ ଦିବସରେ ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଧେଶମତେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଏବଂ ପୋଷ୍ଟାଲ ବାଲାଟ ଜିଲା ନୋଡାଲ ଅଧିକାରୀ ଶ୍ରୀମତୀ ରଶ୍ମିରେଖା ପ୍ରଧାନ, ତହସିଲଦାର, ଦଶରଥପୁର ଶ୍ରୀ ବିକ୍ରମ କିଶୋର ପରିଡା ମତଦାନ କାର୍ଯ୍ୟ ପରିଚାଳନା କରିବା ସହ ଆଟେଷ୍ଟିଂ ଅପିଂସର ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଜ୍ଞାନ ରଂଜନ ସେଠୀ, ଜିଲା କ୍ରୀଡା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ କାର୍ଯ୍ୟ ସଂପାଦିତ କରିଥିଲେ । ସେକ୍ଟର ଅପିଂସର, ପୋଲିସ କର୍ମଚାରୀ, ଜିଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ, ଗଣମାଧ୍ୟମ ସାର୍ଟିପିଂକେସନ ଓ ପରିଚାଳନା କମିଟି କର୍ମଚାରୀ, ପଂ୍ଳାଇଂ ସ୍କ୍ୱାର୍ଡ ଟିମ୍ କର୍ମଚାରୀ, ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପଂଜିକୃତ ଦୈନିକ ଛାପା ଓ ବୈଦୁତିକ ଗଣମାଧ୍ୟମ ନିର୍ବାଚନ କମିଶନଙ୍କ ପ୍ରାପ୍ତ ସ୍ୱୀକୃତି ପତ୍ର ପାଇଥିବା ସାମ୍ୱାଦିକ, ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ମାନଙ୍କର ୧୬୦ ମତଦାତା ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଏବଂ ନିଜି ନିଜ ବିଧାନସଭା ଆସନ ନିମନ୍ତେ ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିଥିଲେ । ଏହି ପୋଷ୍ଟାଲ ବାଲାଟ ଭୋଟିଂରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ପ୍ରତିନିଧି ଙ୍କ ଉପସ୍ଥିତିରେ ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା । ।