କମାଗୁରୁ ଜୁନିଅର କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ନିରାକାରପୁର, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ପ୍ରକୃତି ବିହାର ରେ ଆଠଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଳିଷ୍ଠ  ପ୍ରଶିକ୍ଷିକା ଅସମା ବେଗମ୍ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ଏହି କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ପ୍ରାରମ୍ଭିକ ବିବରଣୀ ପାଠ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଉତ୍ସବରେ ଅବସରପ୍ରାପ୍ତ ମେଜର ଭିକାରୀ ଚରଣ ମିଶ୍ର ଯୋଗଦେଇ ଭାରତ ବର୍ଷରେ ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅତ୍ୟନ୍ତ ଉପଯୋଗୀ ଓ ଏହା ଆଗଧାଡିର ଯୋଜନା।ଏହା ବାଳିକାମାନଙ୍କୁ ଦକ୍ଷ, ସାହସୀ ଓ ଆତ୍ମ ନିର୍ଭରଶୀଳ କରିପାରୁଛି। ଅନ୍ୟ ମାନଙ୍କ ମଧ୍ୟରେ ୬୬୨ ଯୁକ୍ତ ଦୁଇ କଲେଜ ସଂଘ ସାଧାରଣ ସମ୍ପାଦକ ସତାଉଦ୍ଦିନ ଅହମ୍ମଦ କହିଥିଲେ ବାଳିକା ମାନେ ଦେଶର ଗର୍ବ, ସେମାନେ ଦେଶର ଝାନସୀ ରାଣୀ ଲକ୍ଷ୍ମିବାଇ, ନନ୍ଦୀନ ଶତପଥୀ ଓ ଇନ୍ଦିରା ଗାନ୍ଧୀଙ୍କ ପରି ଅତୁଳନୀୟ ଚରିତ୍ର। ଏହିପରି ବାଳିକା ମାନେ ଆମକୁ ଆଗକୁ ଯିବାକୁ ମାର୍ଗ ପ୍ରଦର୍ଶନ କରିଥିଲେ। ଉତ୍ସବରେ ବଳିଷ୍ଠ ଲେଖକ ତଥା ପକ୍ଷୀଘର ପ୍ରକାଶକ ବନଜ ତ୍ରିପାଠୀ ଓ ଅଧ୍ୟାପକ ବିକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବାକୁ ଆହ୍ଵାନ କରିଥିଲେ।ଏହି ଶିବିରରେ ୧୦୬ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିବାବେଳେ ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *