କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

ଶିକ୍ଷକ ଭବିଷ୍ୟତ ଗଢିବାର ବିନ୍ଧାଣି

ଜୁନାଗଡ଼, ୩୦/୦୩/୨୦୨୫ (ଓଡ଼ିଶା ସମାଚାର)- ଶିକ୍ଷକମାନେ ଅନେକ ବାଧାବିଘ୍ନକୁ ସାମ୍ନା କରିବା ସହିତ ପରିବାରକୁ ଜଳାଞ୍ଜଳି ଦେଇ ଆଗାମୀ ଭବିଷ୍ୟତ ଗଢିବାର ଲାଗିପଡ଼ନ୍ତି । କିନ୍ତୁ ଆଜି ବି ଶିକ୍ଷକ ମାନେ ଅବହେଳିତ ଭାବେ ରହୁଛନ୍ତି । ଶିକ୍ଷକ ରାଜା ନୁହଁନ୍ତି କିନ୍ତୁ ରାଜାକୁ ତିଆରି କରିବାର ମୁଖ୍ୟ ନାୟକ ଅଟନ୍ତି । ସେହିଭଳି ଆଗାମୀ ଭବିଷ୍ୟତ ଗଢିବାର ବିନ୍ଧାଣି ହେଉଛିନ୍ତି ଶିକ୍ଷକ । ତେଣୁ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ବିଭିନ୍ନ ଦାବି କୁ ସମ୍ମାନ ଜଣାଇବା ସହିତ ମଞ୍ଜୁର କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ସଂସ୍କୃତି ଭବନ ଠାରେ କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀରେ ଅତିଥିମାନେ ମତ ପ୍ରକାଶ କରିଥିଲେ।

ଜୁନାଗଡ଼ ବ୍ଲକ ସଭାପତି ସରୋଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ବିରେନ୍ଦ୍ର ବାଗ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ । ପରେ ଜୁନାଗଡ଼ ବ୍ଲକ ଶିକ୍ଷକ ସଂଘ ର କର୍ମକର୍ତା ନିର୍ବାଚନ ହୋଇଥିଲା ।

ଏଥିରେ ସଭାପତି ଭାବେ ଶାନ୍ତନୁ କୁମାର ମାଝୀ, ସମ୍ପାଦକ ଭାବେ ଲଳିତ ମୋହନ ନେଗି ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଅଶୋକ କୁମାର ମୁଣ୍ଡ ,ବିଜ୍ଞାନ ଆଲୋକ ସାହୁ ,ଯୁଗ୍ମ ସମ୍ପାଦକ ସମରେନ୍ଦ୍ର ଶେଖର ଦାସ ,ଉପ ସଭାନେତ୍ରୀ ସୁନିତା ଆଚାରି ,ଯୁଗ୍ମ ସମ୍ପାଦକ ଲକ୍ଷ୍ମନ ପୁଝାରି , କାଲୁ ଚରଣ ମହାରଣା ,ବ୍ଲକ ସଂଗଠକ ନନ୍ଦି କିଶୋର ନ।ଏକ ,କୋଷ।ଧ୍ୟକ୍ଷ ସିତେସ କୁମାର ପାଢୀ ରହିଥିବା ବେଳେ ଉପଦେଷ୍ଟା ଭାବେ ବରିଷ୍ଠ ଶିକ୍ଷକ ସୁନୀଲ ମେହେର ,କମଳ ବାଗ ,ବିଷ୍ଣୁ ବଲ୍ଲଭ ପଣ୍ଡା  ପ୍ରମୁଖ ଉପସ୍ଥିତ ରହି ଥିଲେ ।କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଜଗନ୍ନାଥ ମୁଣ୍ଡ ପରିଚାଳନା କରିଥିବାବେଳେ ଲଳିତ ମୋହନ ନେଗି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *