ବିଜେଡ଼ି ଛାଡ଼ିଲେ କଟକ ଜିଲ୍ଲା ଵିଜୁ ମହିଳା ଜନତା ଦଳ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂହ 

କଟକ ସଦର,୦୧/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):  କଟକ ର ଦୁଇ ଭେଟେରାନ ବିଜେଡ଼ି ଯୁବନେତା ତଥା ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ ଓ ସୈ।ଭିକ୍ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯିଵା ପରଠାରୁ କଟକ ବିଜେଡ଼ି ରେ ଅସ୍ଥିରତା ଲାଗି ରହିଛି। ଏହାକୁ ପ୍ୟାଚ୍ ପକେଇବାକୁ କଟକ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉଦ୍ୟମ ଆରମ୍ଭ କରିଥିବା ବେଳେ ତାହା ଫଳପ୍ରଦ ନହେବା ଭଳି ଜଣାପଡ଼ୁଛି।

ଠିକ୍ ଏତିକିବେଳେ ସହରର ଜଣାଶୁଣା ନାରୀ ନେତ୍ରୀ ତଥା କଟକ ଜିଲ୍ଲା ଵିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂହ ଦଳରୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି। ପୂର୍ଣ୍ଣିମା ଏଵେ ସ୍ୱୟଂଶ୍ରୀ ମହିଳା ସମବାୟ ସେବା ସମିତି ର ସଭାନେତ୍ରୀ ଅଛନ୍ତି। ତାଙ୍କ ସହିତ ସମିତି ତିନି ଜଣ ନିର୍ଦେଶିକା ଅର୍ପିତା ଦାଶ, ସୁଲୋଚନା ସାମନ୍ତରାୟ,ନୟନା ବିଶ୍ୱାଳ ବିଜେଡ଼ି ଛାଡିଛନ୍ତି। ଆଗକୁ କଟକ ବିଜେଡ଼ି ରାଜନୀତି ପାଣିପାଗ କେଉଁ ଆଡକୁ ଗତି କରୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *