ସାଲେପୁର ୦୧/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜିଲ୍ଲା ସାଲେପୁର ଠାରେ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ର ୧୧ ତମ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ସମାରୋହ ୨୦୨୬ ପାଳନ ର ଦ୍ଵିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ଯୋଗଦେଇ ମଧୁବାବୁ ଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ମୁଖ୍ୟ ବିନ୍ଧାଣି ବୋଲି ମତବ୍ୟକ୍ତ କରିଥିଲେ।

ବିଶିଷ୍ଟ ଅତିଥିଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ର ସଭାପତି ପ୍ରମୋଦ କୁମାର ସାହୁ, ସାଲେପୁର ବିଜେପି ନେତା ତଥା ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ, ସମ୍ମାନିତ ବକ୍ତା ଭାବେ ବିଶ୍ୱବାଣୀ ଦୈନିକ ଖବର କାଗଜ ସମ୍ପାଦକ ଅର୍ଜୁନ କୁମାର ମୁଦୁଲି ଯୋଗଦେଇ ସାରା ଓଡ଼ିଶାରେ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ର ଏଭଳି ମହତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ ର ଭୁୟସୀ ପ୍ରଶଂସା କରିଥିଲେ ।
ସଂଘର ଉପଦେଷ୍ଟା ଅଭୟ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ମହାସଚିବ ମନୋଜ ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ। ସଂଘର ସମ୍ପାଦକ ହୃଷିକେଶ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ଖୋର୍ଦ୍ଧାର ପାଇକ ଆଖଡା କଳାକାର ମାନଙ୍କ ଦ୍ୱାରା ଚିତ୍ତା କର୍ଷକ ନୃତ୍ୟ ପରିବେଷଣ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲା। କୂଳଦୀପ ପଟ୍ଟନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ସାଥି ମାନଙ୍କ ଦ୍ଵାରା ପରିବେଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରାରମ୍ଭରେ ସଂଘ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ପରିଚାଳନା କରିଥିଲେ।
