ଉପାନ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ପାଲଲହଡା, ୩୧/୦୩/୨୦୨୬ (ଓଡ଼ିଶା ସମାଚାର)-ମଙ୍ଗଳବାର ବ୍ଲକ ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ବରଡ଼ିହ  ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା,( ପିବିଡିଏ)  ଦ୍ୱାରା ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ଵାସ୍ଥ୍ୟ ଶିବିରରେ ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଖମାର ର ଡାକ୍ତର ଡା. ଶଶି ଭୂଷଣ ବେହେରା ଙ୍କ ନେତୃତ୍ୱ ରେ ଏକ ଡାକ୍ତରୀ ଦଳ ସ୍ଥାନୀୟ ଲୋକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର  ବିଦ୍ୟୁସ୍ମିତା ସାହୁ, ଡେପୁଟି କଲେକ୍ଟର  ସୌମ୍ୟା ଶ୍ରୀ ପରିଡ଼ା ଏବଂ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ସୀମା ଦେହୁରୀ ଉପସ୍ଥିତ ରହି ସେବା କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୋଭିତ କୁମାର ବିଶି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ଵାସ୍ଥ୍ୟ ଶିବିରରେ ମୋଟ ୨୦୦ରୁ ଅଧିକ ଆଦିବାସୀ ମହିଳା ଏବଂ ପୁରୁଷ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ପରେ ଉପଜିଲ୍ଲାପାଳ  ରବୀନ୍ଦ୍ର କୁମାର ପଟେଲ ବରୁଣଡ଼ିହ ଗ୍ରାମର ଶେଷ ସୀମା ପର୍ଯ୍ୟନ୍ତ ଯାଇ ପରିଦର୍ଶନ  କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *