ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର  ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ  ଶ୍ରୀ ମନୁ ନାଥ ସେଠୀଙ୍କ ଅବସର ଗ୍ରହଣ

ଭୁବନେଶ୍ୱର,୩୧/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମନୁ ନାଥ ସେଠୀ ଆଜି ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୫ ବର୍ଷର ନିଷ୍ଠାପର ସେବା ପରେ ସେ ଆଜି ଚାକିରୀ ନିମନ୍ତେ ଧାର୍ଯ୍ୟ ବୟସର ସୀମା ଅତିକ୍ରମ କରି ଅବସର ନେଇଛନ୍ତି।୧୯୯୧ ମସିହାରେ ସରକାରୀ ସେବାରେବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀଭାବରେ ଯୋଜନା ଓ ସଂଯୋଜନ ବିଭାଗରେ ଯୋଗ ଦେଇଥିବା ଶ୍ରୀ ସେଠୀ ନିଜର କର୍ମମୟ ଜୀବନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି।

ସେ ଅତିରିକ୍ତ ବାଣିଜ୍ୟ କର ଅଧିକାରୀ, ଜିଲ୍ଲା କୋଷାଗାର ଅଧିକାରୀ, ବାଣିଜ୍ୟ କର ବିଭାଗର ଡେପୁଟି କମିଶନର, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ର ଅର୍ଥ ନିୟନ୍ତ୍ରକ ଏବଂ ବାଣିଜ୍ୟ କର ଏବଂ ପଣ୍ୟ ଓ ସେବା କର ବିଭାଗ(CT & GST) ବିଭାଗର ଅତିରିକ୍ତ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶେଷରେ ସେ ପଞ୍ଚାୟତିରାଜଓ ପାନୀୟ ଜଳ ବିଭାଗରେ ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ଭାବେ ନିଜର ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ମିଷ୍ଟଭାସୀ ଓ ଉଦାର ସ୍ୱଭାବର ବ୍ୟକ୍ତିତ୍ୱ ।  ତାଙ୍କର ସରଳ ଓ ନିଷ୍କପଟ ବ୍ୟବହର ଦ୍ୱାରା ସେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ।  ତାଙ୍କର ଏହି ଦୀର୍ଘ ଏବଂ ସଫଳ କାର୍ଯ୍ୟକାଳ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଆଜିର ଏହି ଅବସର ଦିନରେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ତାଙ୍କର ସୁସ୍ଥ,ନିରାମୟ ଓ ଦୀର୍ଘ ଜୀବନର କାମନା କରାଯାଇଛି  ।

 

Leave a Reply

Your email address will not be published. Required fields are marked *