କଟକ ସଦର, ୧୫/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଇଥିବାରୁ ସରପଂଚ ରାକେଶ ବେହେରା ଆଜି ଗୁରୁବାର ଅପରାହ୍ନରେ ପଞ୍ଚାୟତ ଅଫିସ୍ ନିକଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିଛନ୍ତି।
ପ୍ରକାଶ ଯେ ପଞ୍ଚାୟତ ସମିତିର ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଡେକେୟାର ସ୍ୱ।ସ୍ଥ୍ୟ ଉପକେନ୍ଦ୍ର ଟି ଅଶଂପୂର୍ଣ୍ଣ ଥିବା ବେଳେ କେଉଁ ସ୍ୱ।ର୍ଥରେ ତରବରିଆ ଭାବେ ଏହାକୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କଲେ ବୋଲି ସରପଂଚ କହିବା ସହିତ ଯଦି ଉଦଘାଟନ ହେଲା ତେବେ ଆଜି କାହିଁକି ସେହି ପୁରୁଣା ଗୋଦାମ ଘରେ ଉପକେନ୍ଦ୍ର କାର୍ଯ୍ୟ କଲା ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ ସ୍ଥାନୀୟ ସରପଂଚ, ସମିତି ସଭ୍ୟ/ସଭ୍ୟା ବିଶେଷ କରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କୁ ଉଦଘାଟନ କୁ ନିମନ୍ତ୍ରଣ ନକରିବା କିମ୍ଵା ଫଳକରେ ସେମାନଙ୍କ ନାଁ ନରଖିଵା କୁ ନେଇ ଏହା ଗ୍ରାମ ପଞ୍ଚାୟତ ଆଇନର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ କିଶନନଗର, ଅରିଲୋ ଓ ଵାରଦା ରେ ଏହି ଉପକେନ୍ଦ୍ର ସଂପୂର୍ଣ୍ଣ ହୋଇଥିବା ବେଳେ ସେସବୁ ଉଦଘାଟନ କରାନଯାଇ ତରବରିଆ ଭାବେ ଆୟତପୁର ସରପଂଚ ଙ୍କ ଲୋକପ୍ରିୟତାକୁ ସହ୍ୟ କରିନପାରି ବିଧାୟକ ଉଦଘାଟନ କରିବା ତାଙ୍କର ହୀନ ରାଜନୀତି କୁ ପଦାରେ ପକାଇଛି ବୋଲି ସରପଂଚ ଖୋଲା ଅଭିଯୋଗ କରିଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ସହିତ ସରପଂଚ ଏହାକୁ ଲୋକାର୍ପଣ କରିବେ ବୋଲି କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ୱ।ର୍ଡ ସଭ୍ୟ ନାରାୟଣ ଦାସ,ନାଜିର ଖାଁ,ଲିପୁନ ବେହେରା ପ୍ରମୁଖ ଅନେକ ଉପସ୍ଥିତ ଥିଲେ।
