ଜିଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା  ଦିବସ -୨୦୨୪ ପାଳନ ସମାରୋହ ।

ଯାଜପୁର, ୦୨/୦୩/୨୦୨୪ (ଓଡ଼ିଶା ସମାଚାର)-ବିଂଶ ଶତାବ୍ଦୀରେ ମଣିଷ ସମାଜ ପଦାର୍ପଣ କରିସାରିଥିବା ବେଳେ ମହିଳା ମାନେ ଆଜି ଆଉ ଅବଳା, ଦୁର୍ବଳା ହୋଇ ନ ରହି ବିଜ୍ଞାନ, ସାହିତ୍ୟ, ରାଜନୀତି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସମାଜକୁ ନୂତନ ଦିଗ୍ଦର୍ଶନ ଦେଇ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି ବୋଲି ଆଜି ପୂର୍ବାହ୍ନରେ ଜିଲା ସଦର ମହକୁମାସ୍ଥ ଜିଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଜିଲା ମିଶନ ଶକ୍ତି ଭବନ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସମାେରୋହ-୨୦୨୪ ରେ ଅତିଥି ମାନେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯୁବତୀ, ମହିଳା ସୁରକ୍ଷା ଓ ନିରାପତା ସଚେତନତା ରାଲି କୁସୁମା ନିକଟସ୍ଥ ପଡିଆରୁ ବାହାରି ମିଶନ ଶକ୍ତି ଭବନ  ଠାରେ ପହଂଚି ଥିଲା ।  ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୮.୪୫ ମିନିଟ ସମୟରେ  ରାମ ମନ୍ଦିର ଠାରେ ସବୁଜ ପତାକା ଦେଖାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ ।

ମୁଖ୍ୟ ଅତିଥି ଭାବେ  ଜିଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରି ନାରୀ ମାନଙ୍କ ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ ।  ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ଡେପୁଟୀ କଲେକ୍ଟର ସୋନମ୍ ଦାସ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରେକ୍ସୋନା ଯେନା ମହିଳା ମାନଙ୍କ ଶକ୍ତି  ଊପରେ ଆଲୋକପାତ କରିଥିଲେ ।   ଆଡଭୋକେଟ ଅଖିଳ ମୋହନ ନାୟକ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଆକ୍ଟ ଊପରେ ଆଲୋଚନା କରିଥିଲେ ।   ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଂଜନ କର ତାଙ୍କ ବକ୍ତବ୍ୟରେ କହିଲେ ଯେ, ସରକାର ମା’, ଶିଶୁ ଓ କିଶୋରୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ।  ମହିଳାମାନେ ଶିକ୍ଷିତ ଓ ସଚେତନ, ପାରିବାରିକ ହିଂସା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଭଳି ସବୁ ଯୋଜନାର ସପଂଳ ଫାଇଦା ନେବାକୁ ନିଜର ପାରଦର୍ଶିତା ଦେଖାଇ ପାରିଲେ ପାରିବାରିକ, ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବିଭିନ୍ନ ସମସ୍ୟା ଗୁଡିକ ଦୂର ହୋଇପାରିବ ।

ଜିଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ (ଆଡମିନ), ଜିଲାପରିଷଦ, ଯାଜପୁର ଶ୍ରୀମତୀ ରଶ୍ମିରେଖା ପ୍ରଧାନ ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଊଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।  ଏହି ଦିବସ ଉପଲକ୍ଷେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ଏକ କ୍ୱିଜ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସ୍ୱାସ୍ଥ୍ୟ ସେବିକା ଓ କିଶୋରୀ ବାଳିକାଙ୍କୁ ନେଇ ୨୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ସପଂଳତା ପାଇଁ ପୁରସ୍କୃତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମଟିକୁ ଜିଲା ସମାଜ ମଙ୍ଗଳ ବିଭାଗ ଓ ଜିଲା ମିଶନ ଶକ୍ତି ବିଭାଗର କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା  । ଶେଷରେ ଜିଲା ସମାଜ କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ଘଡାଇ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଓଏସସି ଓ ଜାଗୃତି ର ସଦସ୍ୟାମାନେ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ  ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *