ସାଲେପୁର ୩୦/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କଟକ ଜିଲ୍ଲା ନେମାଳ ଥାନା ଅଧୀନସ୍ଥ ଜନାର୍ଦ୍ଦନପୁର ଗ୍ରାମର ବଟ କୃଷ୍ଣ ବାରିକଙ୍କ ଗୁହାଳ ଘରେ ଗତ ଶନିବାର ଆକସ୍ମିକ ଭାବେ ନିଆଁ ଲାଗିଯିବାରୁ ଗୋଟିଏ ଆଠଦିନର ବାଛୁରୀ ଜଳିଯାଇ ମୃତ୍ୟୁ ବରଣ କରିଥିବା ବେଳେ ଏକ ଗାଈ ମଧ୍ୟ ଗୁରୁତରଭାବେ ପୋଡି ଆହତ ହୋଇଥିଲା । ଗୃହ ମାଲିକ ବଟ ବାରିକ ଗାଈ ବାଛୁରୀ ଙ୍କୁ ଉଦ୍ଧାର କରିବାକୁ ଯାଇ ନିଆଁ ରେ ପୋଡିଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କ ଦେହର ୭୦ ଭାଗ ପୋଡ଼ିଯାଇ ଥିଲା । ତାଙ୍କୁ କଟକର ଏକ ଘରୋଇ ଡାକ୍ତର ଖାନା ରେ ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ବଟ ବାରିକ ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିନେଇ ପରିବାରରେ ଶୋକରଛାୟା ଖେଳିଯାଇଛି । ପରିବାର କୁ ସାରକାରୀ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି ।
ଗୁହାଳ ଘରେ ଅଗ୍ନିକାଣ୍ଡ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଆହତ ଗୃହମାଲିକଙ୍କ ମୃତ୍ୟୁ
