ଭୁବନେଶ୍ୱର,୩୦/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାୟନା’ ଟ୍ରଷ୍ଟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟର ବ୍ୟାପକ ପ୍ରଚାର ପ୍ରସାର ଓ ପିଲାମାନଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବାରେ ଅନୁଷ୍ଠାନ ବିଗତ ୭ ବର୍ଷ ଧରି କାର୍ଯ୍ୟ କରି ଆସୁଅଛି । ଏହି ଉତ୍ସବକୁ ଆର୍ନ୍ତଜାତୀୟ ଓଡ଼ିଶୀ ନୃତ୍ୟଗୁରୁ ମୁକ୍ତିଲତା ପାଲ୍ ଉଦ୍ଘାଟନ କରିଥିଲେ ।
ନୃତ୍ୟଗୁରୁ ସୁନିତା ମହାରଣାଙ୍କ ଶିକ୍ଷାଦାନରେ

୭୦ରୁ ଉର୍ଦ୍ଧ୍ୱ କୁନି କୁନି ପିଲାମାନେ ଓଡ଼ିଶୀ, ମାହାରୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ନୃତ୍ୟଶିଳ୍ପୀ ଓ ସମାଜସେବୀମାନଙ୍କୁ ନୃତ୍ୟାୟନା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଚପଳା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସୁର ରାଉତରାୟ, କ୍ୟାପଟେନ ମନ୍ମଥ ରାଉତରାୟ, ସନ୍ଧ୍ୟାବତୀ ପ୍ରଧାନ, ଡ. ବନ୍ଦନା ହରିଚନ୍ଦନ, ଶାରଦା ପ୍ରସାଦ ମହାପାତ୍ର, ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇଥିଲେ । ମୃତୁ୍ୟଞ୍ଜୟ ରଥ ମଂଚ ପରିଚାଳନା କରିଥିଲେ ଏବଂ ଟ୍ରଷ୍ଟର ଅଧ୍ୟକ୍ଷା ନୃତ୍ୟଗୁରୁ ସୁନିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
