ଜଗତସିଂହପୁର, ୧୩/୮/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଉପସ୍ଥିତିରେ ଓସୱାନ ସଭାଗୃହରେ ରେଡକ୍ରସ ର ଆଜୀବନ ସଦସ୍ୟ ମାନଙ୍କୁ ରେଡକ୍ରସ ଆଜୀବନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସନ୍ଧ୍ୟାଞ୍ଜଳି ମାଝୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ରେଡକ୍ରସ ର ଆଜୀବନ ସଦସ୍ୟ ଭାବେ ବିଜୟ କୁମାର ରଥ,ଶରତ ଚନ୍ଦ୍ର ବାରିକ୍,ପ୍ରଜ୍ଞା ପାରମିତା ଚୌଧରୀ, ସୁଷମା ପ୍ରଧାନ,ଦୀପ୍ତି କୁମାର ଦାସ, ମନୋରଞ୍ଜନ ମହାପାତ୍ର, ଚନ୍ଦନ ବେହେରା, ହିମାଂଶୁ କୁମାର ମହାନ୍ତି, ସାରଦା ଅଧିକାରୀ ଓ ଆଲୋକ ରଂଜନ ଦାସ ପ୍ରମୁଖଙ୍କୁ ଆଜୀବନ ସଦସ୍ୟତାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରକାଳୀନ କାର୍ଯ୍ୟାଳୟର ସନ୍ତୋଷ କୁମାର ଦାସ, ଦୂର୍ଗା ପ୍ରସନ୍ନ ଦାସ, ସତ୍ୟଜିତ ବିଶ୍ଵାଳ, ସୁକାନ୍ତ କୁମାର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।