ପଟ୍ଟାମୁଣ୍ଡାଇ ୩୦/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀରାମ ସେନା ପକ୍ଷରୁ ପବିତ୍ର ରାମ ନବମୀ ଅବସରରେ ଏକ ବିଶାଳ ଶୋଭାଯାତ୍ରା ବାହାର କରା ଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀରାମ ସେନା ସଭାପତି ସାରଦା ପ୍ରସାଦ ରାଉତଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ହିନ୍ଦୁ ଶୋଭାଯାତ୍ରା ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଣ୍ଡି ହନୁମାନ ମନ୍ଦିର ପରିସରରୁ ବାହାରି ପଟ୍ଟାମୁଣ୍ଡାଇ ବ୍ଲକର ମଦନପୁର, ମାଳିପୁର ଓ ପୌରାଞ୍ଚଳର ବକ୍ତlରପୁର ଛକ ଦେଇ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରିଥିଲା। ରାଜନଗରରୁ ପଟ୍ଟାମୁଣ୍ଡାଇ ଦୀର୍ଘ ୧୫ କମି ରାସ୍ତାରେ ବିଭିନ୍ନ ଅଂଚଳ ପରିକ୍ରମା କରି ହିନ୍ଦୁ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡ଼ା ହନୁମାନ ମନ୍ଦିରରେ ପହଞ୍ଚିଥିଲା।
ହନୁମାନ ମନ୍ଦିର ଠାରେ ବିଶ୍ଵଶାନ୍ତି ଉଦ୍ଦେଶ୍ୟରେ ହୋମଯଜ୍ଞ, ହନୁମାନ ଚାଳିଶା ପାଠ ଓ ଶ୍ରୀରାମ ନାମ ଯଜ୍ଞ ଆଦି କରାଯାଇଥିଲା । ଏହି ବିଶାଳ ହିନ୍ଦୁ ଶୋଭାଯାତ୍ରାରେ ୩ ହଜାରରୁ ଉର୍ଦ୍ଧ୍ଵ ଶ୍ରୀରାମ ସେନାର କର୍ମୀ ସମର୍ଥକ ଓ ବିଭିନ୍ନ ହିନ୍ଦୁ ସଂଗଠନର କର୍ମ କର୍ତ୍ତା ମାନେ ସାମିଲ ହୋଇଥିଲେ। ବିନ୍ଦୁସାଗର ଦାସ ଶଶିକାନ୍ତ ମଲିକ, ବିମକ କୁଣ୍ଡ ଶୁଭକାନ୍ତ ରାଉତ, କାଉନସିଲର ବିଦ୍ୟାଧର ସେଠୀ, ପୂର୍ବତନ ବିଜେପି ନଗର ସଭାପତି ପଦ୍ମନାଭ ପଣ୍ଡା ଓ ଉପେନ୍ଦ୍ର ନାୟକ ରମାକାନ୍ତ ଦାଶ, ସମୀର ପାତ୍ର, ରବୀନ୍ଦ୍ର ବିଶ୍ୱାଳ, ସୁଧାଂଶୁ ଜେନା ବିଦ୍ୟାଧର ମଲିକ ଅଶୋକ ପ୍ରଧାନ, ଅଭିରାମ ସାମଲ, ସୁଶାନ୍ତ ସାମଲ ସମୀର ଦାସ ରମେଶ ପଣ୍ଡା,ସୁଜିତ ମହାନ୍ତି ଅଭିମନ୍ୟୁ ସାମଲ ଦୀପକ ସାମଲ, ବିଶ୍ବରଂଜନ ଜେନା,ବଲ୍ଲଭ ନାୟକ, ବିକାଶ ଖଣ୍ଡୟୀ ,ଦିପୁନା ଷଡ଼ଙ୍ଗୀ, ପପୁ ସାହୁ ପ୍ରମୁଖ ବହୁ ସଂଖ୍ୟକ ଶ୍ରୀରାମ ସେନା, ହିନ୍ଦୁ ସଂଗଠନ କର୍ମକର୍ତ୍ତା ଓ ବିଜେପି ନେତାମାନେ ଯୋଗ ଦେଇଥିଲେ । ଶ୍ରୀରାମ ସେନା ଶୋଭାଯାତ୍ରା ଯୋଗୁଁ ପଟ୍ଟାମୁଣ୍ଡାଇ ସହରରେ ପ୍ରବଳ ଭିଡ଼ ସୃଷ୍ଟି ହୋଇ ଟ୍ରାଫିକ ସମସ୍ୟା ଦେଖାଦେବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପୋଲିସ ବାହିନୀ ସହିତ ଟ୍ରାଫିକ ସମସ୍ୟା ଦୂର କରିବା ସଙ୍ଗେ ସଙ୍ଗେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।
