ଭୁବନେଶ୍ୱର,୧୨/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ‘ଆମ ଗୌରବ ଆମ କଲେଜ ‘ ପରିଚାଳନା ସଂଗଠନ ତରଫରୁ ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତା ବା AI କଣ ଏବଂ ଶିକ୍ଷା କ୍ଷେତ୍ରରେ ଏହାର ଉପଯୋଗ କିପରି କରାଯାଇପାରିବ ସେସବୁ ଉପରେ ଆମନ୍ତ୍ରିତ ମୁଖ୍ୟ ବକ୍ତା ଟ୍ରାଇଡେଣ୍ଟ ଏକାଡେମୀ ଅଫ ଟେକ୍ନୋଲୋଜି ର ଆସୋସିଏଟ୍ ପ୍ରଫେସର ଡକ୍ଟର ମାନସ ରଞ୍ଜନ ଚୌଧୁରୀ ବିଶେଷ ଭାବରେ ଆଲୋଚନା କରିଥିଲେ ।ବିଶେଷକରି ମହାବିଦ୍ୟାଳୟ ସ୍ତରରେ କୃତ୍ରିମ ବୁଦ୍ଧିମତ୍ତା ର ପ୍ରୟୋଗ ,ଶିକ୍ଷାରେ ଏହାର ଉପୋଜୋଗୀତା,ସମ୍ଭାବନା, ସୀମାବଦ୍ଧତା ଓ ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।
ଏହି କର୍ମଶାଳାରେ ୧୫ଟି କଲେଜଯଥା,ଫକୀରମୋହନ ବିଶ୍ବିଦ୍ୟାଳୟ ବାଲେଶ୍ୱର,ସୁନାବେଡ଼ା ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ, ମଠକରଗୋଲା ମହାବିଦ୍ୟାଳୟ, ମଠକାରଗୋଲା, ଢେଙ୍କାନାଳ ଦଧିବାମନ ଡିଗ୍ରୀ କଲେଜ,ବିଜୁପଟ୍ଟନାୟକ ଡିଗ୍ରୀ କଲେଜ କୋରାପୁଟ,ଉଦୟନାଥ ସ୍ଵୟଂଶାସିତ ବିଜ୍ଞାନ କଲେଜ,ରାୟଗଡ଼ା ପଞ୍ଚାୟତ ଡିଗ୍ରୀ କଲେଜ,ଗୋବିନ୍ଦପୁର ଡିଗ୍ରୀ କଲେଜ କଟକ, ଢେଙ୍କାନାଳ ସ୍ଵୟଂଶାଶୀତ ମହାବିଦ୍ୟାଳୟ, ପଞ୍ଚାୟତ ଡିଗ୍ରୀ କଲେଜ ସମ୍ବଲପୁର, ଭୀମଭୋଇ ଡିଗ୍ରୀ କଲେଜ ସମ୍ବଲପୁର, ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ, ସାଣିଙ୍କୁଲ,ବେଲପାହାଡ଼ ଡିଗ୍ରୀ ମହାବିଦ୍ୟାଳୟ ,ବେଲପାହାଡ଼ ,ଝାରସୁଗୁଡ଼ା ଯୋଗ ଦେଇଥିଲେ ।
ଏହି କର୍ମଶାଳାକୁ ପରିଚାଳନା କରିଥିଲେ ପି .ଆର କୋଅର୍ଡିନେଟର ଚୈତାଲି ସୋମ , ଆମ ଗୌରବ ଆମ କଲେଜ ପରିଚାଳନା ସଙ୍ଗଠନ ର ପରିଚାଳକ ହରିହର ବଡ଼ପଣ୍ଡା ଯୋଗଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ସ୍ୱାତୀ ପ୍ରଭା ମିଶ୍ର , ପ୍ରିତିନନ୍ଦା ମହାପାତ୍ର ଓ ଅଭିରାମ ଜେନା ସୁଚାରୁରୂପେ ତୁଲାଇଥିଲେ । କୃତ୍ରିମ ବୁଦ୍ଧିମତା ଉପରେ କ୍ୟାରିଅର ପ୍ରସ୍ତୁତି ପାଇଁ AI କୁ ବୁଝିବା, ଅନୁସନ୍ଧାନ କରିବା ଏବଂ ଏହାର ଉପଯୋଗ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସଶକ୍ତ କରୁଥିବା ଏକ ଆକର୍ଷଣୀୟ ଅଧିବେଶନ ଏହି କର୍ମଶାଳା ଅଟେ ।
