ସିଫା ତରଫ ରୁ ଦିନିକିଆ କର୍ମଶାଳ ଅନୁଷ୍ଠିତ ।

ସାକ୍ଷୀଗୋପାଳ,୦୧/୦୨/୨୦୨୪(ଓଡ଼ିଶା ସମାଚାର)-ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ଭୂତୁପଡ଼ା ମେଲଣ ପଡିଆ ଠାରେ ସିଫା ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳା ରେ  ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ  ବ୍ଲକ୍ ର କୃଷି ଅଧିକାରୀ ସୁଦେଶ୍ନା ପରିଡ଼ା, ବ୍ଲକ ର ଆସିଷ୍ଟାଣ୍ଟ ଉଦ୍ୟାନ ଅଧିକାରୀ ମନୋରଞ୍ଜନ ସାହୁ, ପୁରୀ ଜିଲ୍ଲା କୃଷି ଅଫିସ ରୁ ଆସିଥିବା ବିକାଶ ବାବୁ , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସଖିମଣି ବରାଳ, ସମନ୍ନତି ଶିଶୁ ବିକାଶ ଅଧିକାରୀ ରାଜଲକ୍ଷ୍ମୀ ଦାସ, ସିଫା ର ସିନିୟର୍ ସାଇଣ୍ଟିଷ୍ଟ ଜି ଏସ ସାହୁ, ଏ ଚେ କେ ବରମନ, ଉଦୟ କୁମାର ଉଦିତ, ସି କେ ମିଶ୍ର, ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ଓ ସତ୍ୟବାଦୀ ଫ।ର୍ମର୍ସ ଅନୁଷ୍ଠାନ ର ସନ୍ଧ୍ୟାରାଣୀ ମହାନ୍ତି, ସବିତା କୁମାରୀ ପଣ୍ଡା ଉପସ୍ଥିତ ଥିଲେ । ଆଲୋଚନା ର ବିଷୟ ଥିଲା କିଭଳି SC/ST ମହିଳା ମାନେ ମାଛ ଚାଷ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ ଓ SHG ମହିଳା ମାନେ ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରିବେ ସେଦିଗ ଉପରେ ପୁଙ୍ଖନୁ ପୁଙ୍ଖ ଆଲୋଚନା କରାଯାଇଥିଲା  । କୃଷି ଓ ଉଦ୍ୟାନ ବିଭାଗ ତରଫ ରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ସିଫ। ଅଧିକାରୀମାନେ କହିଥିଲେ। ଆସନ୍ତା ଫେବéଆରୀ ମାସ ସୁଧା SC/ST ମନଙ୍କୁ ମାଛ ଜାଆଁଳା ଓ ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ। ପରିଶେଷରେ ଅନୁଷ୍ଠାନ ର   ଏମଡ଼ି ସନ୍ଧ୍ୟାରଣି ମହାନ୍ତି ସମସ୍ତ ଙ୍କୁ ଧନ୍ୟବଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *