କଟକ ସଦର, ୩୦/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜରେ ଇତିହାସ ବିଭାଗ ଆନୁକୂଲ୍ୟରେ ବାର୍ଷିକ ସଂପାଦ ସଭା ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡାଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେଉରିଆ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ “ମଧ୍ୟ ପ୍ରାଚ୍ୟ ରେ ଯୁଦ୍ଧ ସଂକଟ ଵିଶ୍ୱ ଅର୍ଥ ନୀତିରେ ପ୍ରଭାଵ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟବକ୍ତା ଭାବେ ଜଗତସିଂହପୁର ଏସଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଵିଜୟ କୁମାର ପାତ୍ର ଯୋଗ ଦେଇ ଯୁଦ୍ଧର ଵିଭିଷିକା ରେ ଅର୍ଥ ନୈତିକ ସଂକଟ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେବ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରିଚାଳନାରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଙ୍କ ସମେତ ଆଇଟି ବିଭାଗ ଅଧ୍ୟାପକ ଏସ୍ ଚକ୍ରବର୍ତ୍ତୀ ସହାୟତା କରିଥିଲେ।
