ସେଣ୍ଟ ଜାଭିୟର୍ ହାଇସ୍କୁଲର ବାର୍ଷିକୋତ୍ସବ

କଟକ ସଦର, ୧୬/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ସେଣ୍ଟ ଜାଭିୟର୍ ହାଇସ୍କୁଲର ବାର୍ଷିକୋତ୍ସବ ଆଜି (ରବିବାର) ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ସ୍କୁଲର ପ୍ରିନ୍ସପାଲ ପ୍ରଫେସର ଖଲିକୁଜ୍ ଜମାନ ଖାନ୍ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉତ୍ସବରେ ଉତ୍କଳ ୟୁନିଭରସିଟି ର ରେଜିଷ୍ଟ୍ରାର ଡ଼ଃ କାହ୍ନୁ ଚରଣ ଧିର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏଜିଏ ତପନ କୁମାର ଦାଶ,ସେଣ୍ଟ ଜାଭିୟର୍ ସ୍କୁଲସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ର ଚେୟାରମେନ ହରିୟାକ୍ଷ୍ୟ ପରିଡ଼ା, ସ୍କୁଲର ମୂଖ୍ୟ ପରାମର୍ଶଦାତା ଇଂ ଉମେଶ ଚନ୍ଦ୍ର ଜେନା, ପ୍ରତିଷ୍ଠାତା ସଂପାଦକ ନରେଶ ଚନ୍ଦ୍ର ଜେନା, ପରିଚାଳନା ନିର୍ଦ୍ଦେଶିକା ଵୈଜୟନ୍ତୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକଙ୍କ ଉପରେ ଆଲୋକପାତ କରିବା ସହିତ ସ୍କୁଲର ଶୈକ୍ଷିକ ବାତାବରଣ କୁ ନେଇ ଭୁୟଶିଂ ପ୍ରଶଂସା କରିଥିଲେ।

ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ଶେଷରେ ରଙ୍ଗାରଙ୍ଗ ଏକ୍ସଟ୍ରାଭାଗାନ୍ଜା ବେଶ୍ ଉପଭୋଗ୍ୟ ହୋଇଥିଲା। ପରିଚାଳନା ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀ ମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *