କଟକ ସଦର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ —

ସ୍ୱଳ୍ପ ସମୟ ରହି ପଳାଇଲେ ଜିଲ୍ଲାପାଳ,୫୨ ଅଭିଯୋଗ ପଞ୍ଜିକୃତ

କଟକ ସଦର, ୩୦/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ ସଦର ବ୍ଲକରେ ଆଜି ସୋମବାର ଦିନ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ୫୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡ଼ିକର ସମାଧାନ ପାଇଁ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ ସୁପାରିଶ କରାଯାଇଥିଲା। ଜିଲ୍ଲାପାଳ ଜନଶୁଣାଣୀ ଶିବିରରେ ସ୍ୱଳ୍ପ ସମୟ ରହି ପଳାଇ ଯାଇଥିବାରୁ  ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଶିଶିର ପରିଚାଳନାରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ।

 

Leave a Reply

Your email address will not be published. Required fields are marked *