ଗରଦପୁର,୨୯/୦୩/୨୦୨୬ (ଓଡ଼ିଶା ସମାଚାର)-ଆଜି ଅଶ୍ରୁଖୋଳା ଉନ୍ନୟନ ପରିଷଦର ବାର୍ଷିକ ସାଧାରଣ ସଭା ଅରିଲୋ ସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ଉନ୍ନୟନ ପରିଷଦର ମାର୍ଗ ଦର୍ଶକ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଆଶିର୍ବାଦ ନେଇ ପୂର୍ବାହ୍ନ ୧୦ ଘଟିକାରେ ପରିଷଦର ସଭାପତି ଡ଼ ଅମରେନ୍ଦ୍ର ନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅଦ୍ୟାବଧି ଅଶ୍ରୁଖୋଳା ଯୋରର ପୁନରୁଦ୍ଧାର ପ୍ରୟାସର ଫଳ ସ୍ୱରୂପ ପରିଷଦ ସରକାରଙ୍କ ଠାରୁ ଯେଉଁ ଉପଲବ୍ଧିମାନ ହାସଲ କରିଛି ସେ ସଂପର୍କରେ ସୂଚନା ଦେଇ ସଭାପତି କହିଲେ ଯେ ଆମ ପରିଷଦକୁ ସମ୍ପୃକ୍ତ ବିଭାଗ ପରିଚୟ ପ୍ରଦାନ କରି ପ୍ରାଧାନ୍ୟ ଦେଉଛି । ପ୍ରଥମ ପର୍ଯ୍ୟାୟରେ କଟକ ଡ୍ରେନେଜ୍ ଡ଼ିଭିଜନ ଯେଉଁ ୪.୭କିମିର ପୁନରୁଦ୍ଧାର ପ୍ରକ୍ରିୟା କରିଥିଲେ ତାହା ପ୍ରାୟତଃ ୯୫% ସରି ଯାଇଛି । ଅବଶିଷ୍ଟ କାମ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିଦେବେ ବୋଲି ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ୮.୯ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଜନସାଧାରଣଙ୍କ ସହଯୋଗ ମିଳିଲେ ଖୁବ ଶୀଘ୍ର ଆରମ୍ଭ ହେବ ଓ ତୃତୀୟ ପର୍ଯ୍ୟାୟରେ ରାଏସର ଠାରୁ ଅନ୍ତେଇ ପର୍ଯ୍ୟନ୍ତ କାମର ପ୍ରକଳ୍ପ ପାଇଁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି ଯାହା ଖୁବ ଶୀଘ୍ର ଅନୁମୋଦନ ମିଳିବ ବୋଲି ବିଭାଗିୟ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଅବଶିଷ୍ଟ ପୁନରୁଦ୍ଧାର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପ୍ରତି ପଂଚାୟତରୁ ପ୍ରତିନିଧିଙ୍କୁ ନେଇ ପାଂଚଟି ଗୃପ ଗଠନ କରାଯିବ । ସୁଖର ବିଷୟ ପରିବେଶ ଉପରେ କାମ କରୁଥିବାରୁ ଭାରତ ସରକାରଙ୍କ ସିଡ଼୍ ଇଣ୍ଡିଆ (CEED INDIA) ନାମକ ଏକ ସଂସ୍ଥା ତରଫରୁ ଆମ ପରିଷଦକୁ ଚିହ୍ନଟ କରି ଆସନ୍ତା ଏପ୍ରିଲ୍ ୭ତାରିଖରେ ସ୍ୱୀକୃତି ଦେଇ ପୁରସ୍କୃତ କରିବେ । ଏତଦ ବ୍ୟତିତ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (NGT ) ରେ ଥିବା ମାମଲା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ପରିଷଦର ଉପସଭାପତି ଶ୍ରୀ ଗଙ୍ଗାଧର ପରିଡ଼ା, ସାଧାରଣ ସଂପାଦକ ଡ଼ାକ୍ତର ହଲିମ୍ ଖାନ୍, ଯୁଗ୍ମ ସଂପାଦକ ଶ୍ରୀ ନୃସିଂହ ପ୍ରସାଦ ଦାସ, କୋଷାଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ବେହେରା, କାର୍ଯ୍ୟକାରୀ କମିଟିର ସଦସ୍ୟ ଡ଼କ୍ଟର ଦୀପ୍ତି ରଞ୍ଜନ କାନୁନଗୋ, ଶ୍ରୀ ଅମିୟ ପତି, ସରପଂଚ ସଂଜୟ କୁମାର ସେଠି,ଶୁକଦେବ ଶରଣସିଂ,ମନୋରଂଜନ ଚୌଧୁରୀ,ଗୋକୁଳ ଚନ୍ଦ୍ର ମହାନ୍ତି,ପ୍ରଫୁଲ୍ଲ କୁମାର ସାହୁ,ଗଙ୍ଗାଧର ସାମଲ,ଅଭୟ କୁମାର ଚୌଧୁରୀ,ତୁଷାରକାନ୍ତ ଦାସ,ନାରାୟଣ ଜେନା,ଅଶୋକ କୁମାର ରାଉତ,ଅମିୟ କୁମାର ପତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଶ୍ରମର କୁନୁଭାଇ ସଭା ପରିଚାଳନା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବାରୁ ପରିଷଦ ପକ୍ଷରୁ କୋଷାଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ବେହେରା କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।
