ପ୍ରଫେସର ସଂଗ୍ରାମ ମୁଦୁଲିଙ୍କ ବିୟୋଗରେ କ୍ରୀଡା ଓ ଯୁବସେବା , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚଶିକ୍ଷା ବିଭାଗ ର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଶୋକ

ଭୁବନେଶ୍ୱର, ୨/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ଶିକ୍ଷା ଜଗତର ଏକ ପ୍ରତିଷ୍ଠିତ ନାମ, ପ୍ରଫେସର ସଂଗ୍ରାମ ମୁଦୁଲିଙ୍କ ବିୟୋଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଫେସର ସଂଗ୍ରାମ ମୁଦୁଲି ବ୍ରହ୍ମପୁର ଉପକଣ୍ଠସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ରେ ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ଜଣେ ବରିଷ୍ଠ ଶିକ୍ଷାବିତ୍ ହେବା ସହିତ ସେ ଗରିବ ଏବଂ ଆର୍ଥିକ ରୂପେ ଦୁର୍ବଳ ଶ୍ରେଣୀରୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଥିଲେ। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ତାଙ୍କର ଅମ୍ଳାନ ସେବା ଓ ସମାଜ ସେବାରେ ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ। ତାଙ୍କର ବିୟୋଗରେ ମୁଁ ଅମର ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛି।

Leave a Reply

Your email address will not be published. Required fields are marked *