ମହାନଦୀ ଟ୍ରିବୁ୍ୟନାଲ୍ ରେ ଜଳ ବିବାଦର ଶୁଣାଣି

                                                              ଏପ୍ରିଲ୍ ୧୧ରେ ପରବର୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ
ଭୁବନେଶ୍ୱର,୨୯/୦୩/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି । ମହାନଦୀ ଟ୍ରିବୁ୍ୟନାଲ୍ ରେ ଜଳ ବିବାଦର ଶୁଣାଣି ହୋଇଛି । ଓଡ଼ିଶା ପାଇଁ ପକ୍ଷ ରଖିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ । ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ବୈଷୟିକ କମିଟିରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହାସହିତ ଦୁଇ ରାଜ୍ୟ ମଧ୍ୟରେ ବିବାଦର ସମାଧାନ ପାଇଁ ସହମତି ନେଇ ଆଶା ପ୍ରକଟ ହୋଇଥିବା ସେ ଅବଗତ କରିଛନ୍ତି । ଆସନ୍ତା ଏପ୍ରିଲ୧୩ରେ ଟ୍ରିବୁ୍ୟନାଲଙ୍କ କାର୍ଯ୍ୟକାଳ ସରୁଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଏଜି ଶ୍ରୀ ଆଚାର୍ଯ୍ୟ ସୁପାରିସ୍ କରିଛନ୍ତି ।

ଜଳ ବିବାଦର ପରବର୍ତୀ ଶୁଣାଣି ଏପ୍ରିଲ ୧୧ରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି । ଶୁଣାଣି ପୂର୍ବରୁ ହୀରାକୁଦ ଠାରୁ ଆରମ୍ଭ କରି ମହାନଦୀ ପ୍ରଭାବିତ ଅଂଚଳ ବୁଲି ଦେଖିଥିଲା ଟିମ୍ । ଏହାସହ ଏହି ଟିମ୍ ମାର୍ଚ୍ଚ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ଯାଇ ସ୍ଥିତି ପରଖିଥିଲା । ଏଭଳି ଆଲୋଚନା ଏବଂ ବିବାଦ ମଧ୍ୟରେ କେବେ ନ୍ୟାୟ ମିଳିବ ଏହା ଉପରେ ସାଧାରଣ ଜନତାଙ୍କ ନଜର ରହିଛି । ସମାଧାନର ରାସ୍ତା ବାହାରିପାରୁ ନଥିବାବେଳେ ଏଠି ପ୍ରଶ୍ନ ଉଠୁଛି ଆପୋଷ ସମାଧାନ ପାଇଁ କେବେ ବାଟ ଫିଟିବ ? ଏପଟେ ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍ ଛତିଶଗଡ଼ ଯିବାରେ କାହିଁକି ବିଳମ୍ବ କରୁଛି ? ଜାଣି ଶୁଣି ଛତିଶଗଡ଼ ସମୟ ଦେଉନଥିବା ଆଲୋଚନା ହେଉଛି । ତେବେ ପରବର୍ତୀ ଶୁଣାଣି କ’ଣ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *